ଖୋର୍ଦ୍ଧା LR NEWS ତା.୧୭/୦୪/୨୦୨୬ (ଶୁକ୍ରବାର)- ବରିଷ୍ଠ ନାଗରିକ ମଂଚ, ଖୋରଧାରେ ଆଜି ଜଣେ ବିଶିଷ୍ଟ ସାହିତି୍ୟକ, କବି, ସଂସ୍କୃତି ପ୍ରେମୀ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଗୟାଧର ମିଶ୍ରଙ୍କର ଜନ୍ମ ଦିବସ ପାଳିତ ହୋଇଯାଇଛି । ମଂଚ ତରଫରୁ ମହାଶୟଙ୍କୁ ଉତରୀୟ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଶତପଥୀ । ଡଃ.ପ୍ରଫୁଲ୍ଲ କୁମାର ସାମନ୍ତରାୟ ଶ୍ରୀ ମିଶ୍ରଙ୍କର ଗୁଣଗାନ କରି ଏକ ଗୁରୁତ୍ୱ ପୂର୍ଣ୍ଣ ବକ୍ତୃତା ପ୍ରଦାନ କରିଥିଲେ ।

ବହୁ ସଭ୍ୟମାନଙ୍କ କରତାଳିରେ ସଭାଗୃହ ଉଚ୍ଛୁଳି ଉଠିଥିଲା । ଶ୍ରୀରାମନଗରରେ ଅବସ୍ଥିତ ବରିଷ୍ଠ ନାଗରିକ ମଂଚରେ ପ୍ରତିଦିନ ବହୁ ସଭ୍ୟବୃନ୍ଦ ସକାଳ ୧୦ରୁ ଦିବା ୧୨ଟା ପର୍ଯ୍ୟନ୍ତ ଏକତି୍ରତ ହୋଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି । ତାସଖେଳ, କ୍ୟାରମ ଇତ୍ୟାଦି ଖେଳରେ ସମୟ ବିତାଉ ଅଛନ୍ତି । ଏହି ପରିସରରେ ଅଗଷ୍ଟ ପନ୍ଦର, ଜାନୁୟାରୀ ଛବିଶ, ରଜପର୍ବ, ବିଶ୍ୱମହିଳା ଦିବସ, ବିଶ୍ୱ କବିତା ଦିବସ, ମଧୁବାବୁଙ୍କ ଜୟନ୍ତୀ, ଉକôଳ ଦିବସ ଭଳି ବହୁ ଦିବସ ପାଳନ କରାଯାଏ ।

ଏହା ଏକ ଅଗ୍ରଣୀ ଅନୁଷ୍ଠାନ, ବିଭିନ୍ନ ଦିବସରେ ସ୍ୱାସ୍ଥ୍ୟ ସଚେତନତା ଶିିବିର ଓଡ଼ିଶାର ପ୍ରତିଷ୍ଠିତ ଡ଼ାକ୍ତରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାର ପ୍ରୟାସ ଜାରିରହିଛି । ପିତାମାତାଙ୍କୁ ଉତମ ସେବା ଦେଉଥିବା ଆଦର୍ଶ ପରିବାରର ପୁତ୍ର, ପୁତ୍ରବଧୂଙ୍କୁ ମଧ୍ୟ ସମ୍ମାନିତ କରାଯାଏ । ପ୍ରତିମାସର ଶେଷ ତାରିଖରେ ସଂଗତ, ପଙ୍ଗତ କାର୍ଯ୍ୟକ୍ରମରେ ଯୋଗଦେଇ ସଦସ୍ୟ, ସଦସ୍ୟାମାନେ ଆନନ୍ଦ ଅନୁଭବ କରନ୍ତି । ନିଶା ନିବାରଣ, ଡ଼ିଜେ ଶବ୍ଦରୁ ମୁକ୍ତି ପାଇବା ପାଇଁ ଶୋଭାଯାତ୍ରା ପୂର୍ବକ ସହରରେ ସଚେତନତା ସୃଷ୍ଟିକରି ଜିଲ୍ଲାପାଳଙ୍କୁ ଜଣାଉଅଛନ୍ତି । ସଦସ୍ୟ, ସଦସ୍ୟାଙ୍କର ବିପତି ପଡ଼ିଲେ ସେମାନଙ୍କ ପରିବାରଙ୍କୁ ଯାଇ ସମ୍ପାଦକ, ସଭାପତି ଓ ସଦସ୍ୟଗଣ ସମବେଦନା ଜଣାଉଅଛନ୍ତି । ଏହିପରି ଏକ ଅନୁଷ୍ଠାନ ଆଜି ଖୋରଧା ଅଂଚଳରେ ପ୍ରଶଂସା ସାଉଂଟିବାରେ ସମର୍ଥ ହୋଇଅଛି ।
