Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଜୟଦେବ ସଂସ୍କୃତ ମହାବିଦ୍ୟାଳୟ ତରଫ ରୁ ସଫେଇ କାର୍ଯ୍ୟକ୍ରମ।

ବେଗୁନିଆ,୨୬/୦୨,(ଆ.ପ୍ର.) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବକ୍ରେଶ୍ୱର ମହାଦେବ ମନ୍ଦିର ,ଗଡଗୁଡୁମ ପରିସରରେ ଜୟଦେବ ସଂସ୍କୃତ ମହାବିଦ୍ୟାଳୟ ପକ୍ଷରୁ ଆଜି ମହା ଶିବ ରାତ୍ରି ରେ ସକାଳ ଆଠ ଘଟିକା ସମୟ ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅବସରରେ ସମଗ୍ର ମନ୍ଦିର ପରିସରରେ ଜମି ରହିଥିବା ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନାକୁ ସଫେଇ କରାଯିବା ସହିତ ସେଠାରୁ ନିର୍ଗତ ଅଳିଆ ଆବର୍ଜନାକୁ ବର୍ଗ ଅନୁଯାୟୀ ପୃଥକ ଭାବେ ନିର୍ଦ୍ଦିଷ୍ଟ ଡଷ୍ଟବିନରେ ରଖିବା ପାଇଁ ଉପସ୍ଥିତ ଲୋକ ଓ ସମସ୍ତ କର୍ମଚାରୀଙ୍କୁ ସଚେତନ କରାଯାଇଛି ।

ଜୟଦେବ ସଂସ୍କୃତ ମହାବିଦ୍ୟାଳୟ ର ସମ୍ପାଦକ ବିଶ୍ଵନାଥଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଏସ ଅଫ ମିଡିଆ ସାମ୍ୱାଦିକ ସଂଘ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଭାତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ କୁ ସର୍ବଦା ସ୍ବଚ୍ଛ ରଖିବା ପାଈଁ ମତ ରଖିଥିଲେ। ସ୍ଵତନ୍ତ୍ର ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ ସୁଜିତ୍ ମିଶ୍ର ଯୋଗ ଦେଇ ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଙ୍କ ନୀତି ଆଦର୍ଶ କୁ ଅନୁସରଣ କରି ଚାଲିଲେ ଛାତ୍ର ଛାତ୍ରୀଙ୍କ ଜୀବନ ସରସ ସୁନ୍ଦର ହେବା ସହିତ ଜୀବନ ରେ ଜଣେ ଭଲ ମଣିଷ ହୋଇ ପାରିବ ବୋଲି ମତ ରଖିଥିଲେ।

ସମ୍ମାନିତ ଅତିଥି ଭାବେ ପରିବେଶବିତ୍ ଶ୍ରୀଯୁକ୍ତ ଧନେଶ୍ଵର ବିଧାର ଯୋଗ ଦେଇ ଗୀତ ମାଧ୍ୟମ ରେ ସ୍ୱଚ୍ଛ ଭାରତ ବିଷୟ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନିଜ ଘରକୁ ଓ ଘର ର ଚାରିପାଖକୁ ସ୍ବଚ୍ଛ ରଖିବା ପାଈଁ ମତ ରଖିଥିଲେ । ସାମ୍ୱାଦିକ ସମିର ସୁନ୍ଦରାୟ ଛାତ୍ର ଛାତ୍ରୀ ଙ୍କୁ ଅନେକ ଶିକ୍ଷଣୀୟ କଥା ଉପଦେଶ ଦେଇଥିଲେ, ଅନ୍ୟତମ ଅତିଥି ସାମ୍ୱାଦିକ ପ୍ରଦୀପ ମହାନ୍ତି ପିଲାଙ୍କୁ କହିଥିଲେ ଦେଶକୁ ସରସ ସୁନ୍ଦର କରିବାକୁ ହେଲେ ନିଜକୁ ଓ ନିଜ ପରିବାରକୁ ସ୍ୱଚ୍ଛ ରଖିବା ଦରକାର। ଉପ ଅଧ୍ୟାପକ ବିମଳ ପୃଷ୍ଟି ସଭା ପରିଚାଳନା କରିଥିବା ବେଳେ , ଅଧ୍ୟାପିକା ନମିତା ଦାଶ ଧନ୍ୟବାଦ୍ ଦେଇଥିଲେ।

Leave A Reply

Your email address will not be published.

17 − 6 =