ଖୋର୍ଦ୍ଧା ଜିଲ୍ଲା ର ଓସ୍ୱ।ନ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ରେ ନିଯୁକ୍ତି ମେଳା ବିଷୟରେ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଖୋର୍ଦ୍ଧା LR NEWS ୧.୨.୨୦୨୫-ଆଜି ଖୋର୍ଦ୍ଧା ଜିଲ୍ଲା ର ଓସ୍ୱ।ନ କକ୍ଷରେ ସନ୍ଧ୍ୟା ୬.୦୦ ଘଣ୍ଟା ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତା ରେ ଖୋର୍ଦ୍ଧା ଜିଲ୍ଲା ରେ ନିଯୁକ୍ତି ମେଳା ବିଷୟରେ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହା ଜିଲ୍ଲା ସ୍ତରରେ ତା୧୪ ୦୨.୨୦୨୫ ରିଖ ଦିନ ସକାଳ ୧୧.୦୦ ଘଣ୍ଟା ସମୟରେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ରେ ଅନୁଷ୍ଠିତ ହେବ । ପିଲାଙ୍କ ସଚେତନତା ସୃଷ୍ଟି କରାଯିବା ପାଇଁ ବିଡ଼ିଓ ମାନଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଚାକିରି ଯୋଗାଇ ଦେବାକୁ ବିଭିନ୍ନ କମ୍ପାନୀ ମାନଙ୍କ ସମାଗମ ହେଵ ।ମାଇକି ମାଧ୍ୟମରେ ପ୍ରଚାର ପ୍ରସାର କରାଯିବାକୁ ବିଡିଓ ମାନଙ୍କୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗକୁ,ଅଗ୍ନିଶମ ନିରାପତ୍ତା ସେବା ଯୋଗାଇଦେବାକୁ, ପ୍ରିଣ୍ଟ ଇଲେକ୍ଟ୍ରୋନିକ ମିଡିଆ,ପାମ୍ପଲେଟ ମାଧ୍ୟମରେ ପ୍ରଚାର ପ୍ରସାର କରାଯିବାକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି।
ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିବାକୁ ଆସିଷ୍ଟାଣ୍ଟ ଡିରେକ୍ଟର , ନିଯୁକ୍ତି ଭୂବନେଶ୍ୱର ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି । ଏହି ବୈଠକରେ ମୂଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ,ବିଡ଼ିଓ, ଖୋର୍ଦ୍ଧା କ୍ଷିରାଵ୍ଧି ତନୟା ସାହୁ, ଆସିଷ୍ଟାଣ୍ଟ ଡିରେକ୍ଟର ବିଜୟ କୁମାର ପାତ୍ର ନିଯୁକ୍ତି ବିଭାଗ ଭୂବନେଶ୍ୱର, ନିଯୁକ୍ତି ବିଭାଗ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।