Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଲିପିକା ଅନୁଷ୍ଠାନର ୩୫ ତମ ପ୍ରତିଷ୍ଠା ଦିବସ ପାଳନ।


ଗଞ୍ଜାମ ( LR NEWS) ତା ୧୮.୦୯.୨୦୨୪ ରିଖ ଶୁକ୍ରବାର ଦିନ ବ୍ରହ୍ମପୁର ଇଞ୍ଜିନିଅରିଂ ସ୍କୁଲ ଛକ ସ୍ଥିତ ରେଭିନ୍ୟୁ ବଙ୍ଗଳା ଠାରେ ଲିପିକା ଅନୁଷ୍ଠାନ ପକ୍ଷରୁ ୩୫ ତମ ପ୍ରତିଷ୍ଠା ଦିବସ ପାଳନ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ଉଦ୍ଭିଦ ବିଭାଗ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଅଧ୍ୟାପକ ଡ ମଳୟ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଓଡିଶା ର ଅବସରପ୍ରାପ୍ତ ବନ ଅଧିକାରୀ ଶ୍ରୀ ଫକିର ଚରଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଲିପିକା ଅନୁଷ୍ଠାନର ନିର୍ଦେଶିକା ଶ୍ରୀମତୀ ରଞ୍ଜିତା ଦାଶ, ଲିପିକା ଅନୁଷ୍ଠାନର ଅଧକ୍ଷା ଡା ସୁବର୍ନା ଦେବୀ, ଲିପିକା ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଅରୁଣ ଚାନ୍ଦ ଦାସ, ଇ.ସି.ଆ.ର.ଆଇ.ସି.ସି ପ୍ରକଳ୍ପ ର ଗଞ୍ଜାମ ଜିଲ୍ଲା ସଂଯୋଜକ ଶ୍ରୀ ରଞ୍ଜନ କୁମାର ଭୋଇ ଏବଂ ଲିପିକା ଅନୁଷ୍ଠାନ ର କର୍ମ କର୍ତା ବୃନ୍ଦ ଓ ଅନୁଷ୍ଠାନ ସହ ଜଡିତ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ ।

ଲିପିକା ଅନୁଷ୍ଠାନର ପ୍ରୋଗ୍ରାମ ମ୍ୟାନେଜର ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ ସଂସ୍ଥାର ଚାଲିଥିବା ସମସ୍ତ ପ୍ରକଳ୍ପର ତଥ୍ୟକୁ ବ୍ୟାଖ୍ୟା କରିବା ସହ ନିଜର ଅନୁଭୂତିକୁ ଉପସ୍ଥାପନା କରିଥିଲେ ଓ ଆଗାମୀ ୧୦ ବର୍ଷରେ ଲିପିକା ର ସ୍ବପ୍ନ କୁ ପୁରା କରିବା ପାଇଁ ସମସ୍ତଙ୍କୁ ସଂକଳ୍ପ ବଦ୍ଧ କରିବା ସହ କେଉଁ କାର୍ଯ୍ୟକ୍ରମ କରାଯାଇପାରିବ ଓ ସଂସ୍ଥାର ଚିର ସ୍ଥାୟୀ ଉପରେ ଆଲୋକ ପାତ କରିଥିଲେ . ଗଞ୍ଜାମ ଜିଲ୍ଲା ର ଖୁବ ଜଣା ଶୁଣା ସମାଜସେବୀ ସମ୍ମାନ ଅତିଥି ରୂପେ ଶୂଳପାଣି ଶତପଥି ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଂଜଯୋନା ସୂଚାରୁ ରୂପେ ତୁଲାଇବାରେ ସାହାର୍ଯ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟିରେ ଲିପିକା ଅନୁଷ୍ଠାନର ଦୀର୍ଘ ୩୫ ବର୍ଷର କଠିନ ପରିଶ୍ରମ ତସହ ଆଗାମୀ ୧୦ ବର୍ଷ ର ଉତ୍ତମ ପଥ ଚିତ୍ର ଉପରେ ଆଲୋଚନା କରାଯାଇଥିଲା । ଅନୁଷ୍ଠାନର ସମାଜ ପ୍ରତି ରହିଥିବା ଅବଦାନ ସମ୍ବନ୍ଧରେ ଉପସ୍ଥିତ ସମ୍ମାନିତ ଅତିଥିମାନେ ଆଲୋଚନା କରିଥିଲେ । ଅନୁଷ୍ଠାନର ପ୍ରାରମ୍ଭ କାଳର ଆଦିବାସୀ ଅଞ୍ଚଳର ଉନ୍ନତି ଠାରୁ ଆରମ୍ଭକରି ବର୍ତମାନ ଉପକୂଳବର୍ତୀ ଅଞ୍ଚଳ ଅଧିବାସୀ ମାନଙ୍କ ଜଳବାୟୁ ସହନଶୀଳତା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ମୁଖ୍ୟ ଅତିଥି ଜଳବାୟୁ ପରିବର୍ତନ ସମ୍ବନ୍ଧରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଅନୁଷ୍ଠାନ ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଓଡିଶା ସହ ଥିବା ଦୀର୍ଘ ୨୦ ବର୍ଷ ଠାରୁ ଅଧିକ ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରିଥିଲେ । ଅନୁଷ୍ଠାନ ର ଅଧକ୍ଷ ନବଜାତ ଶିଶୁଙ୍କ ଟୀକାକରଣ, ବାଲ୍ୟ ବିବାହ ସମ୍ପୂର୍ଣ ବନ୍ଦ ବିଷୟରେ ଆଲୋଚନା କରିଥିଲେ । ଉପସ୍ଥିତ ଥିବା ସମାଜ ସେବି, ସଫଳ ଚାଷୀ, ଅଭିଭାବକ ବୃନ୍ଦ ମଧ୍ୟ ନିଜ ନିଜର ମନ୍ତବ୍ୟ ସ୍ଥାପନା କରିଥିଲେ । ପରିଶେଷରେ ସଘନ ବା ଶ୍ରୀ ପ୍ରଣାଳୀରେ ଚାଷ କରି ସଫଳତା ହାସଲ କରିଥିବା ଦୁଇଜଣ ମହିଳା ଚାଷୀ ଯଥା ମନସୁରକୋଟା ଗ୍ରାମର ଶ୍ରୀମତି ରୁକୁଣା ଦାସ ଓ ଵର୍ଜିସପେଣ୍ଠ ଗ୍ରାମର ଶ୍ରୀମତି ଶଶି ପ୍ରଧାନ , ଭିନ୍ନ କ୍ଷମ ମାନଙ୍କ ଅଭିଭାବକ, ସମାଜସେବୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ସମ୍ବୋର୍ଦ୍ଧିତ କରଯାଇଥିଲା । ଅନୁଷ୍ଠାନର ଅଧକ୍ଷାଙ୍କ ଦ୍ୱାରା ଡ ମଳୟ କୁମାର ମିଶ୍ରଙ୍କୁ ଓଡିଶାର ଶ୍ରେଷ୍ଠ ବୈଜ୍ଞାନିକ ପୁରସ୍କାର ପାଉଥିବା ଯୋଗୁ ଲିପିକା ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା . ପରିଶେଷରେ ସଂଯୋଜକ ଶ୍ରୀ ବିଜୟ କୁମାର ରଣାଙ୍କ ଦ୍ଵାରା ଧନ୍ୟବାଦ ଭାଷଣରେ କାର୍ଯ୍ୟକ୍ରମଟିକୁ ସମାପ୍ତ କରଯାଇଥିଲା ।

Leave A Reply

Your email address will not be published.

two × 2 =