Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଅବ୍ୟକ୍ତ ହେଲେ ଉତ୍କଳ ସାମ୍ବାଦିକ ସଂଘ ନୂତନ ଜିଲା ସଭାପତି।

ଖୋର୍ଦ୍ଧା,୨୯।୯ : ଉତ୍କଳ ସାମ୍ବାଦିକ ସଂଘ(ୟୁଜେଏ) ଜିଲ୍ଲା ସ୍ତରୀୟ ବନ୍ଧୁମିଳନ କାର୍ଯ୍ଯକ୍ରମ ବୋଲଗଡ ବ୍ଲକ କୋଷଳାଶୁଣୀ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଉପ ସଭାପତି ପ୍ରଦୀପ ପ୍ରଧାନ ଙ୍କ ସଭାପତିତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ଯ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଭୁବନେଶ୍ୱର ସଭାପତି ପ୍ରତାପ ପ୍ରଧାନ, ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ସତ୍ଯ ନାରାୟଣ ପାଇକରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଜିଲା ସମ୍ପାଦକ ଅଜିତ ସାହୁ କାର୍ଯ୍ୟକ୍ରମ ର ଆଭିମୁଖ୍ଯ ଓ ସାଙ୍ଗଠନିକ ସମ୍ପର୍କ ରେ କହିଥିଲେ। ନୂତନ ସଦସ୍ଯତା, ବ୍ଲକ ସ୍ତରରେ ସଂଘ କାର୍ଯ୍ଯକୁ ତ୍ବରାନ୍ବିତ କରିବାକୁ କହିଥିଲେ। ଖାଲି ପଡିଥିବା ଜିଲା ସଭାପତି ମନୋନୀତ ନେଇ ଆଲୋଚନା ହୋଇଥିଲା। ସର୍ବ ସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଅବ୍ୟକ୍ତ ହରିହର ଖାଡ଼ଙ୍ଗାଙ୍କୁ ନୂତନ ସଭାପତି ଘୋଷଣା କରାଯାଇଛି। ପରେ ସମସ୍ତ ସଦସ୍ଯ ନୂତନ ସଭାପତି ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ ଙ୍କ ସହଭାଗିତାରେ ଜିଲ୍ଲା ରେ ସଂଘ ର କାର୍ଯ୍ଯ କୁ କ୍ରିୟାଶୀଳ କରାଯିବ ବୋଲି ଶ୍ରୀ ଖାଡଙ୍ଗା କହିଛନ୍ତି।

ଏକ ପ୍ରେସ ବାର୍ତାରେ ରାଜ୍ଯ ସଭାପତି ବିଭୂତି ଭୂଷଣ କର ଓ ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ପାଇକରାୟ ନୂତନ ସଭାପତି ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲାର ବିଭିନ୍ନ ବ୍ଲକରୁ ୫୦ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇ ଥିଲେ।

Leave A Reply

Your email address will not be published.

3 × 2 =