ଖୋର୍ଦ୍ଧା LR NEWS ତାରିଖ :- ୧.୯.୨୦୨୪. ରଜ୍ୟ ପ୍ରଶାସନ ରେ ମୌଳିକ ସେବା ପ୍ରଦାନରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ପରିତାପର ବିଷୟ ଜନ ସଧାରଣ ସେବାରେ ଅହରହ ନିଯୁକ୍ତ ଏହି ବର୍ଗ କର୍ମଚାରୀ ମାନେ ସରକାରୀ ଅବହେଳା ର ଚରମ ଶିକାର। ଏହାକୁ ବିରୋଧ କରି ମାର୍ଚ୍ଚ -୨୦୨୩ ରେ ରାଜ୍ୟ ସ୍ତରରେ ଚରି ଗୋଟି ସଂଘ କୁ ନେଇ ଏକ ଜିଲ୍ଲା ସ୍ତରୀୟ ମିଲିତ ଅମଲା ମଞ୍ଚ ଗଠନ କରି ବି.ଜେ.ଡି ସରକାର ଙ୍କ ଉପରେ ଚାପ ସୃଷ୍ଟି କରିଥିଲା । ଗତ ୧.୬.୨୦୨୩ ରୁ ୧୭.୬.୨୦୨୩ ପର୍ଯ୍ୟନ୍ତ ଜିଲ୍ଲା ସ୍ତରର କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ ମଧ୍ୟ୍ୟ କରିଥିଲା। ପୂର୍ବତନ ରାଜ୍ୟ ସରକାର ମିଥ୍ୟା ପ୍ରତିଶୃତି ଦେଇ କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ କୁ ସ୍ଥଗିତ କରାଇ, ୧୫.୩.୨୦୨୪ ରେ ଏକ କିମ୍ଭୂତ କିମ୍ଭାକର ନିର୍ଦେଶନାମା ଜାରି କରିଥିଲେ, ଯାହାକି ରାଜ୍ୟ ରେ ୩୦ ହାଜର ଅମଲା ଙ୍କ ମଧ୍ୟରେ ନୈରାଶ୍ୟ ଜନକ ବାତାବରଣ ଖେଳିଯାଇଥିଲା ବୋଲି ଅଶୋକ ପଣ୍ଡା ମତ ରଖିଛନ୍ତି।
ସାଧାରଣ ନିର୍ବାଚନ – ୨୦୨୪ ରେ ରାଜ୍ୟ ସରକାର ପରିବର୍ତ୍ତିତ ହୋଇ, ବେ. ଜେ. ପି. ସରକାର ଆସିଲା ପରେ ଜିଲ୍ଲା ସ୍ତରର ଅମଲା ମାନଙ୍କ ମଧ୍ୟରେ ଆଶାର ସଂଚାର ହୋଇଛି, ଓ ଆମର ପୁରୁଣା ଦାବୀ ଯଥା:- କନିଷ୍ଠ ସହାୟକ ଙ୍କ ମୂଳ ଦରମା Level-4 ରୁ Level -9 କୁ ବୃଦ୍ଧି ଓ ଜିଲ୍ଲା ସ୍ଥରରେ ଥିବା Cader ର ଅସଂଗତି କୁ ଦୂର କରି ସମସ୍ତ ବିଭାଗ କୁ ସମାନ ସୁଜଗ ଦେବା ପାଇଁ ବର୍ତ୍ତମାନ ର ରାଜ୍ୟ ସରକାର ଙ୍କୁ ଅନୁରୋଧ କରାଯାଉଅଛି। ଆଜି ର ସଭରେ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ମୂଖ୍ୟ ଆତିଥି ଭବାରେ ଯୋଗ ଦେଇ ଜିଲ୍ଲା ରେ ନୂତନ ଭାବରେ ଯୋଗ ଦେଇଥିବା ପ୍ରୟ ୪୦ ଜଣ ଅମାଳଙ୍କୁ ସ୍ଵାଗତ କରିବା ସହିତ ତାଙ୍କୁ ସମ୍ବର୍ଦ୍ଧନା କରାଗଲା। ରାଜ୍ୟ ଅମଲା ସଂଘ ର ମୂଖ୍ୟ ପରାମର୍ଶ ଦାତା ନାରାୟଣ ଦାଶ, ଅଶୋକ କୁମାର ପଣ୍ଡା, ସମ୍ପାଦକ ଖୋର୍ଦ୍ଧା ଜିଲ୍ଲା ଅମଲା ସଂଘ, ସର୍ବେଶ୍ଵର ସାହୁ, ସଭାପତି ଓ ଜିଲ୍ଲା ରୁ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଅମଲା ମାନେ ଯୋଗଦାନ କରିଥିଲେ।