Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ହାସ୍ୟ ସୃଷ୍ଟିକରେ ସଂସାରରେ ଶାନ୍ତି ପ୍ରତିଷ୍ଠା।

ଖୋର୍ଦ୍ଧା LR NEWS -ଆଜିର ଧାଁ ଦୌଡ ଜୀବନରେ ଲୋକେ ହସକୁ ଭୁଲି ଗଲେଣି। ମନ ଖୋଲା ହସିବାକୁ କାହାପାଖେ ସମୟ ନାହିଁ। ଏହି ହସ କିନ୍ତୁ ଶରୀରରେ ଏକ ନୂଆ ଶକ୍ତି ଏବଂ ଉର୍ଜା ଦେଇଥାଏ। ହସିବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ଏନେଇ ପ୍ରତି ବର୍ଷ ପାଳନ ହୁଏ ‘ବିଶ୍ୱ ହାସ୍ୟ ଦିବସ’। ଆସନ୍ତୁ ଜାଣିବା ବଶିଷ୍ଠ ଆଇନଜୀବୀ ସନତ ପଟ୍ଟନାୟକ କଣ କହୁଛନ୍ତି ଏହା ପଛର କାରଣ।

ଆଜି ହେଉଛି ବିଶ୍ବ ହସ ଦିବସ । ପ୍ରତିବର୍ଷ ମଇ ମାସର ପ୍ରଥମ ରବିବାର କୁ ବିଶ୍ବ ହସ ଦିବସ ହିସାବରେ ପାଳନ କରାଯାଏ । ଲେକଙ୍କୁ ଜୀବନ ବଞ୍ଚିବା ପାଇଁ ହସର ମହତ୍ତ୍ବକୁ ବୁଝିବା ପାଇଁ ଆଜିର ଦିନ ପାଳନ କରାଯାଏ । ହସ ସମ୍ପର୍କକୁ ଦିଏ ନୂଆ ପରିଚୟ । ବାସ୍ତବରେ ତମାମ ଅଧୁରାପଣ, ଦୁଃଖ, ଲୁହ, ଶୋକ, ମାନସିକ ଦୁଶ୍ଚିନ୍ତା, ସମସ୍ୟା, ଅଭାବ, ପ୍ରେମ, ଵିଚ୍ଛେଦ, ମୋହ ଆଉ ସ୍ପପ୍ନଭଂଗ ଭିତରେ ମଣିଷ ହସିବାକୁ ଭୁଲି ଯାଉଛି । କିନ୍ତୁ ହସ କାହାକୁ ବା ଭଲ ନଲାଗେ ? ଏଭଳି ପରିସ୍ଥିତିରେ ଲୋକଙ୍କ ଜୀବନରୁ ହଜିଯାଇଥିବା ହସକୁ ଫେରାଇ ଆଣିବା ଲକ୍ଷ୍ୟ ।

ସମାଜ ସେବୀ ମନୋଜ ଦାସ ଙ୍କ ମତ – ବିଶ୍ବ ହସ ଦିବସର ଧାରଣା ପ୍ରଥମେ ହାର୍ଭେ ରସ୍ ବଲଙ୍କଠାରୁ ଆସିଥିଲା । ୧୯୬୩ମସିହାରେ, ମାସାଚୁସେଟ୍ସ କଳାକାର ହାର୍ଭେ ବଲ୍ ଏକ ସ୍ମାଇଲ୍ ଗ୍ରାଫିକ୍ ଚିତ୍ର ପ୍ରସ୍ତୁତ କରିଥିଲେ । ଏହା ପରେ ହାସ୍ୟ ଦିବସ ପାଳନ କରିବା ନେଇ ତାଙ୍କ ମନକୁ ଆସିଥିଲା। ଏହାପରେ ସେ ବିଶ୍ବ ହସ ଦିବସ ପାଳନ କରିବା ନେଇ ପ୍ରସ୍ତାବ ଦେଇଥିଲେ। ୧୯୯୯ରେ, ସେ ଘୋଷଣା କରିଥିଲେ ଯେ, ମଇ ମାସ ର ପ୍ରଥମ ରବିବାର ବିଶ୍ୱ ହସ ଦିବସ ଭାବରେ ପାଳନ କରାଯିବ । ୨୦୦୧ରେ ହାର୍ଭେଙ୍କ ମୃତ୍ୟୁ ପରେ ହାର୍ଭେ ବଲ୍ ୱାର୍ଲ୍ଡ ସ୍ମାଇଲ୍ ଫାଉଣ୍ଡେସନ୍ ତାଙ୍କ ନାମରେ ନାମିତ ହେଲା । ତାଙ୍କ ସ୍ମୃତିରେ ପ୍ରତିବର୍ଷ ବିଶ୍ୱ ହସ ଦିବସ ପାଳନ କରାଯାଏ ।

ସମାଜ ସେବୀ ବିଜୟ ସେଠି ଙ୍କ ମତ –ବିଶ୍ବ ହସ ଦିବସର ଉଦ୍ଦେଶ୍ୟ: ବ୍ୟସ୍ତବହୁଳ ଜୀବନ ଭିତରେ ବର୍ଷର ଗୋଟିଏ ଦିନ ଲୋକଙ୍କୁ ହସିବା ପାଇଁ କହିବା ସହିତ ମନୋବଳକୁ ସୁଦୃଢ କରିବା ପାଇଁ ଉତ୍ସାହିତ କରିବା ହସ ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ । କାରଣ ହସିବା ଦ୍ବାରା ଚାପର ପରିମାଣ କମିଯାଇଥାଏ । କଠିନ ପରିସ୍ଥିତିରେ ଛୋଟିଆ ହସ ହିଁ ଅନେକ ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ କଠିନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ । ଏହା ବ୍ୟତୀତ ହସ ମନୁଷ୍ୟର ଚେହେରାର ସୌନ୍ଦର୍ଯ୍ୟକୁ ମଧ୍ୟ ଦ୍ବିଗୁଣିତ କରିବା ସହିତ ପେଟର ଚର୍ବିକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ହସିବା କେବଳ ଚାପକୁ ହ୍ରାସ କରେ ନାହିଁ ବରଂ ଜୀବନକାଳକୁ ମଧ୍ୟ ବୃଦ୍ଧି କରିଥାଏ । ତେଣୁ ହସିବା ସମସ୍ତଙ୍କ ପାଇଁ ଲାଭଦାୟକ ଅଟେ ବୋଲି ଖୋର୍ଦ୍ଧା ର ବରିଷ୍ଠ ଯୋଗ ଗୁରୁ ନାରାୟଣ ଦାସ କହିଛନ୍ତି।

Leave A Reply

Your email address will not be published.

4 × 3 =