Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ।

LR NEWS ଖୋର୍ଦ୍ଧା: ବେଗୁନିଆ ବୋଲଗଡ଼ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ନାମରେ ଖୋର୍ଦ୍ଧା ଏସ ଡି ଜେ ଏମ୍ କୋର୍ଟ ରେ ଏକ ଅଭିଯୋଗ ମୋକଦ୍ଦମା ରୁଜୁ କରାଯାଇଥିଲା। ଖୋର୍ଦ୍ଧା ପୌରାଞ୍ଚଳ ର ୧୫ନଂ ୱାର୍ଡ ର ଉପେନ୍ଦ୍ର କୁମାର ରାଉତରାୟ ନାମକ ଜଣେ ବ୍ୟକ୍ତି ଏହି ମୋକଦ୍ଦମା କରିଥିଲେ। ବିଧାୟକ ରାଜେନ୍ଦ୍ର କୁମାର ସାହୁ ନିର୍ବାଚନରେ ଅନିୟମିତତା କରିଥିବାର ଅଭିଯୋଗ କରାଯାଇଥିଲା। ଖୋର୍ଦ୍ଧା ଏସ ଡି ଜେ ଏମ୍ କୋର୍ଟ ରେ ଅଭିଯୋଗ କେସ ନଂ ୧୧୭/୨୦୨୩ ଥିଲା। ବିଧାୟକ ଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ ର ଦଫା ୪୨୦, ୪୧୯, ୪୬୬, ୪୬୮,୧୭୨, ଅନୁଯାୟୀ ମୋକଦ୍ଦମା କରିବା ପାଇଁ ଏକ ଅଭିଯୋଗ ଦାଖଲ ହୋଇଥିଲା।

ଖୋର୍ଦ୍ଧା ଏସ ଡି ଜେ ଏମ୍ ଏହି ଅଭିଯୋଗ ଆଧାର ରେ ବିଚାର ପାଇ ଆବଶ୍ୟକୀୟ ପ୍ରମାଣ ପତ୍ର ଦାଖଲ କରିବାକୁ ଅଭିଯୋଗକାରୀ ଙ୍କୁ ସମୟ ଦେଇଥିଲେ। ପ୍ରଜ୍ୟାପ୍ତ ସମୟ ମଧ୍ୟରେ ଅଭିଯୋଗକାରୀ ନଥିପତ୍ର ଦାଖଲ କରି ନ ପାରି ମାମଲା ପ୍ରତ୍ୟାହାର କରି ଆଉ ଥରେ ଦାଖଲ କରିବାକୁ ଅନୁମତି ଲୋଡିଥିଲେ। ଆଇନ ରେ ଏଭଳି କୌଣସି ନିଷ୍ପତ୍ତି ନଥିବା ଦର୍ଶାଇ ମାନ୍ୟବର ଏସ ଡି ଜେ ଏମ୍ ଖୋର୍ଦ୍ଧା ଉକ୍ତ ମାମଲା ଭିତ୍ତିହୀନ ଦର୍ଶାଇ ଏହାକୁ ଖାରଜ କରିବା ସହ ମାମଲା କୁ ରଦ୍ଧ କରି ଦେଇଛନ୍ତି।ଏହି କ୍ରମରେ ବୁଦ୍ଧିଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ଓ କିଛି ସୁବିଧାବାଦି ଲୋକ ଶସ୍ତା ଲୋକପ୍ରିୟତା ପାଇବା ପାଇଁ ଏପରି ମାମଲା ରୁଜୁ କରି ଜଣେ ଭଲ ଲୋକପ୍ରିୟ ନେତାଙ୍କ ଛବି ମଳିନ କରିବା ଉଦ୍ଦେଶ୍ୟ ଏହି ମାମଲା ଖାରଜ ହେବା ହିଁ ଦର୍ଶାଉଛି।

Leave A Reply

Your email address will not be published.

eleven − 10 =