Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଗଡମାଣିତିର ରୁ ୫୦ ୟୁନିଟ ରକ୍ତ ସଂଗୃହୀତ।

ଖୋର୍ଦ୍ଧା:LR NEWS ୧୬/୦୯/୨୩ – ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ବେଗୁନିଆ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଙ୍କ ଆହ୍ବାନ ରେ ଆଜି ବିଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଡମା ଣିତିର ମହା ବିଦ୍ୟାଳୟ ଠାରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ
ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ପଞ୍ଚାୟତ ର ପ୍ରତିନିଧି,ଯୁବ, ଛାତ୍ର,ମହିଳା ମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ଏହି ଶିବିର କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡଙ୍ଗା,ରାଜ୍ୟ ସମ୍ପାଦକ ଶୁଭକାନ୍ତ ମହାପାତ୍ର ସଂଯୋଜନା କରିଥିଲେ।ପ୍ରଦୀପ କୁମାର ସାହୁ ,ତନୁଜା ପାଟସାଣୀ, ଅରୁଣ କୁମାର ଦଳସୀଙ୍ଗରାୟ,ନିବାସ ସାମନ୍ତରାୟ,ଶିଶିର ରଣସିଂହ,କୁଳମଣି ମାନସିଂହ,ସମୀର କୁମାର ସୁନ୍ଦରାୟ,ପ୍ରତିମା ରଣସିଂହ,ରଶ୍ମିତା ଗୁମନ୍ସିଂ, ସଂଯୁକ୍ତା ବେହେରା,ଝୁନୁଲତା ସେଠୀ,ଦେବସ୍ମିତା ସାହୁ,ମାନସୀ ରଥ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ ଦ୍ୱାରା ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ବହୁ ମହିଳା ଛାତ୍ର ଛାତ୍ରୀ ଏଥିରେ ରକ୍ତଦାନ କରିଥିଲେ।ସବାଠାରୁ ବଡ଼ କଥା ହେଲା ଏହି ଶିବିରରେ ଜଣେ ଦିବ୍ୟାଙ୍ଗ ମନୋଜ କୁମାର ମଙ୍ଗରାଜ ରକ୍ତଦାନ କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି।ଏହି ରକ୍ତଦାନ ଶିବିର ଆୟୋଜନ କୁ ସବୁ ମହଲ ରେ ପ୍ରଶଂସା କରାଯାଉଛି।

Leave A Reply

Your email address will not be published.

4 × 5 =