Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଓଡିଶା ବନ ପ୍ରକଳ୍ପ ଉନ୍ନୟନ ସଂସ୍ଥା ଘୁମୁସର ଦକ୍ଷିଣ ବନଖଣ୍ଡର ବାର୍ଷିକ ସମୀକ୍ଷା ସମାରୋହ।

ଭଞ୍ଜନଗର,LR NEWS ତା-୧୩.୯.୨୦୨୩ ରିଖା ରେ
ଆଜି ସ୍ଥାନୀୟ ବିଡେକା ଭବନ ନବନିର୍ମିତ କଲ୍ୟାଣ ମଣ୍ଡପରେ ଘୁମୁସର ଦକ୍ଷିଣ ବନ ପ୍ରକଳ୍ପ ଉନ୍ନୟନ ସଂସ୍ଥାର ବାର୍ଷିକ ବନାୟନ ସମୀକ୍ଷା- ୨୦୨୨-୨୩ କାର୍ଯ୍ୟକ୍ରମ ବନ ବିଭାଗୀୟ ବିଧି ବ୍ୟବସ୍ଥା ଭିତରେ ସମାହିତ ହୋଇ ଯାଇଛି । ବନଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏଇ  କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ସଂଜୟ କୁମାର ସ୍ୱାଇଁ(ଭା.ବ.ସେ)ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରି ଉଦବୋଧନ ଅଭିଭାଷଣ ରଖିଥିଲାବେଳେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ବନ ଉନ୍ନୟନ ପ୍ରକଳ୍ପ ସଂସ୍ଥାର ଆବାହକ ମିଃ କିଷାନ କୁମାର ନେଭାଲଡେ, ଭଞ୍ଜନଗର କୃଷି ବିଜ୍ଞାନ ଅଧିକାରୀ ଡ଼ ସୁତନୁ କୁମାର ଶତପଥି,ଉପଖଣ୍ଡ ପ୍ରାଣୀଧନ ନିରୀକ୍ଷକ ଡ଼ ପ୍ରଦୀପ କୁମାର ସାହୁ,ଉପ ମତ୍ସ୍ୟ ପାଳନ ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ସାହୁ,ଅତିରିକ୍ତ ଜିଲ୍ଲା ଉଦ୍ୟାନବିତ ଶ୍ରୀ ଏସ ରାମା ରାଓ,ବ୍ରହ୍ମପୁର NGO ଲିପିକା ଅଧ୍ୟକ୍ଷ। ଶ୍ରୀମତୀ ରଂଜିତା ଦାଶ,ଭଞ୍ଜନଗର ବନ ନିଗମ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଶଙ୍କର୍ଷଣ ବେହେରା,ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ଯୋଗଦେଇ ନିଜ ନିଜ ମତ ରଖିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସହ ବନ ସଂରକ୍ଷକ ଶ୍ରୀ ବିକ୍ରମ ଦେବ ପଟ୍ଟନାୟକ, ସହ ବନ ସଂରକ୍ଷକ  ଶ୍ରୀ ପ୍ରଭାକର ନାୟକ,ସହ ବନ ସଂରକ୍ଷକ ଶ୍ରୀ ରଜତ କୁମାର ମିଶ୍ରଙ୍କ ସମେତ ସମସ୍ତ ବନାଞ୍ଚଳ ଅଧିକାରୀ,ବନ ସୁରକ୍ଷା ସମିତି ସଭାପତି ବୃନ୍ଦ, ବନପାଳ, ବନରକ୍ଷୀ ବୃନ୍ଦ ଯୋଗ ଦେଇଥିଲେ ।ଶ୍ରୀ ପ୍ରଭାକର ନାୟକ ସ୍ୱାଗତ ଭାଷଣ ଦେଇଥିଲେ,ଶ୍ରୀ ବିନୋଦ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ ।ଶ୍ରୀ ଶୋଭନ ପଟ୍ଟନାୟକ ମନିଟର ଯୋଗେ ବୈଷୟିକ ତଥ୍ୟ ଚିତ୍ର ଉପସ୍ଥାପନ କରି ଧନ୍ୟବାଦ ଦେଇଥିଲେ ।ଅବସରପ୍ରାପ୍ତ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ  ଶ୍ରୀ ଶୁଳପାଣି ଶତପଥୀ, ସେକ୍ସନ ଅଧିକାରୀ ଶ୍ରୀ ଅଶୋକ ସାହୁ ,ଡେ଼ପୁଟି ରେଞ୍ଜର ଶ୍ରୀ ଅନୀଲ କୁମାର ପଣ୍ଡା,ଜାଇକା ଆକାଉଣ୍ଟାଣ୍ଟ ଶ୍ରୀ ମୃତ୍ୟୁଞ୍ଜୟ ପାଳ,
କଂପ୍ୟୁଟର ସହାୟକ ଶ୍ରୀ ଦୁର୍ଗାମାଧବ ସାହୁ,ଶ୍ରୀ ରାଜା ସ୍ବାଇଁ,ଶ୍ରୀ ଶ୍ରୀଧର କାନ୍ତ ନାୟକ, ଶ୍ରୀ  ଅଂଶୁମାନ   ଶତପଥୀ ,ଶ୍ରୀ ସନ୍ତୋଷ ସରାଫ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀର ଷ୍ଟଲ ସବୁ ଖୋଲାଯାଇ ବିକ୍ରି ବ୍ୟବସ୍ଥା ହୋଇଥିଲା । କିଛି ବନ ସୁରକ୍ଷା ସମିତି ଓ ବନ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସ୍ଥାର ବାର୍ଷିକ ବନ ଚେତନା ପୁସ୍ତିକା “ବନ ଜୀବନ” ଓ ଖର୍ଚ୍ଚ ବିବରଣୀ ପୁସ୍ତିକା ଉନ୍ମୋଚନ ପୂର୍ବକ ବଣ୍ଟନ କରାଯାଇଥିଲା । ପରିଶେଷରେ ଶ୍ରୀ ଶୋଭନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

4 × five =