Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

୬ଷ୍ଠ ଦିନରେ ଅମଲା ମାନଙ୍କର ରାଜ୍ୟ ବ୍ୟାପି ଆନ୍ଦୋଳନ।

ଖୋର୍ଦ୍ଧା LR NEWS (୬/୬/୨୩) ୬ଷ୍ଠ ଦିନରେ ଅମଲା ମାନଙ୍କର ରାଜ୍ୟ ବ୍ୟାପି ଆନ୍ଦୋଳନ। ସରକାରଙ୍କ ସହିତ ଗତ ୨.୬.୨୦୨୩ ରିଖ ଦିନ ମୀଳିତ ଅମଲା ମଞ୍ଚ ର ରାଜ୍ୟ ନେତୃବୃନ୍ଦଙ୍କ ସହିତ ଆଲୋଚନା ବିଫଳ ହେଲାପରେ , ୪.୬.୨୦୨୩ ରିଖ ଦିନ ପୁଣି ୩୦ ଗୋଟି ଜିଲ୍ଲା ରୁ ୨୦୦ ଜିଲ୍ଲା ପ୍ରତିନିଧି ରେଡକ୍ରସ ଭବନ ରେ ଏକତ୍ରିତ ହୋଇ ହୋଇ ନିଷ୍ପତି ନେଇଥିଲେକି, ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଅମଲା ଏକ ମାତ୍ର ଦାବି ଲେଭେଲ ୪ ରୁ ଲେଭେଲ୍ ୯ ଯଥା ଗ୍ରେଡ ପେ ୧୯୦୦ ରୁ ୪୨୦୦ ବୃଦ୍ଧି ନକରିଛନ୍ତି, ସେ ପର୍ଯ୍ୟନ୍ତ ଅମଲା ଅନୋଦଳନ ଜାରିରହିବ।

ଆଜି ଖୋର୍ଦ୍ଧା ଜିଲ୍ଲାର ଉପଖଣ୍ଡ ରେ ପ୍ରାୟ ୧୪୫ ଜଣ ଅମଲା ଜିଲ୍ଲାପାଳଙ୍କ ସମ୍ମୁଖରେ ୬ଷ୍ଠ ଦିନର ଆନ୍ଦୋଳନ କୁ ଜରିରଖିଛନ୍ତି। ଉକ୍ତ ଆନ୍ଦୋଳନ ସ୍ଥଳ ରେ ଆଜି ଖୋର୍ଦ୍ଧା ଜିଲ୍ଲାର ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ରା ସଭାପତି, ସଂପାଦକ, ରାଜ୍ଯ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସଭ୍ୟ ଓ ପ୍ରଥିମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଅମଲା ମାନଙ୍କର ଦାବିକୁ ସମର୍ଥନ ଜଣାଇ ଧାରଣା ସ୍ଥଳରେ ସାମିଲ ହୋଇଥିଲେ। ଏବଂ ରାଜ୍ୟ ର ବିଭିନ୍ନ ଚାରି ଗୋଟି ସଂଗଠନ ମଧ୍ୟ ସମର୍ଥନ ଜଣାଇଛନ୍ତି। ଆଜି ମଧ୍ୟ ଆନ୍ଦୋଳନ ସ୍ଥଳ ରେ ଖୋର୍ଦ୍ଧା ର ବିଜେଡ଼ି ଦଳର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୋତିନ୍ଦ୍ର ନାଥ ମିତ୍ର ଓ ବୋଲଗଡ ବେଗୁନିଆ ବିଜେଡ଼ି ଦଳ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ର ଅଧକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ମହୋଦୟ ଆନ୍ଦୋଳନ ସ୍ଥଳ ରେ ଉପସ୍ଥି ରହି ଅମଲା ସଂଘର ଦାବି ଉପରେ ଆଲୋଚନା କରିଥିଲେ ଓ ରାଜ୍ୟ ସରକାରଙ୍କ ପାଖରେ ଅମଲା ସଂଘର ଦାବି କୁ ଉପସ୍ଥାପନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.

two × one =