Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରତି ରାଜ୍ଯ ସରକାର ଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଆନ୍ଦୋଳନ କାର୍ଯ୍ୟକ୍ରମ l

ଭୁବନେଶ୍ବର ୨୧/୦୫/୨୩: -ଓଡ଼ିଶାରେ କାର୍ଯ୍ୟରତ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ କ୍ରମାଗତ ଉଦାସୀନତା ପ୍ରତିବାଦରେ ବାଧ୍ୟ ହୋଇ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସଙ୍ଘଠନ ଗୋଟିଏ ଛାତ ତଳେ ଏକତ୍ରୀତ ହୋଇ ଏକ ବୃହତ୍ତର ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ କୁ ଜନ୍ମ ଦେଇଛନ୍ତି l ଏହାର ନିଷ୍ପତ୍ତି କ୍ରମେ ଗତ ଏପ୍ରିଲ ମାସ ୨୧ ତାରିଖରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ରାଜ୍ୟର ୩୦ ଗୋଟି ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପୂରଣ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା l ଏଥିରେ ଏପ୍ରିଲ ୩୦ ତାରିଖ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନ ପାଇବାରୁ ମଇ ମାସ ୧ ତାରିଖ ଦିନ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚ ରାଜ୍ୟ ଶାଖା ପକ୍ଷରୁ ଏକ ଚରମ ପତ୍ର ମୁଖ୍ୟ ଶାସନ ସଚିବ ଙ୍କୁ ପ୍ରଦାନ କରାଯାଇଥିଲା l

ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କୁ ମେ ମାସ ୨୧ ତାରିଖ ସୁଦ୍ଧା ଜିଲ୍ଲା ସ୍ତରୀୟ ଅମଲା ଙ୍କ ଦାବି ପୂରଣ କରିବା ପାଇଁ ଅନୁରୋଧ କରାଯାଇଥିଲା l ଯଦି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ରାଜ୍ଯ ସରକାର ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବି ପୂରଣ ନେଇ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ମେ ମାସ ୨୨ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରାଯିବ ଏବଂ ଏହାସତ୍ବେ ଯଦି ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନ କରନ୍ତି ତେବେ ଆସନ୍ତା ୦୧.୦୬.୨୦୨୩ ତାରିଖ ଠାରୁ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟି ରେ ଯିବେ ବୋଲି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ରାଜ୍ଯ ଅଧ୍ୟକ୍ଷ ନାରାୟଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l

ପ୍ରକାଶ ଥାଉକି, ଦୀର୍ଘ ବର୍ଷ ହେଲା ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ବେତନରେ ଥିବା ଅସଙ୍ଗତି କୁ ଦୂର କରିବାରେ ରାଜ୍ୟ ସରକାର ଜାଣିଶୁଣି ଅଣଦେଖା ଓ ଅବହେଳା କରି ଚାଲିଛନ୍ତି l ଏହା ଦ୍ଵାରା ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମନରେ ବହୁତ ନୈରାଶ୍ୟ ଓ ଅସନ୍ତୋଷ ଦେଖାଦେଇଛି ĺ ଯାହାର ଫଳ ସ୍ୱରୂପ ଆଗାମୀ ଦିନରେ ଏକ ବିଶାଳକାୟ ଅମଲା ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି l ଏହାର ପରିଣାମ ନିଶ୍ଚିତ ଭାବରେ ସରକାରଙ୍କ କ୍ଷତି କରିବା ସହିତ ଜନସାଧାରଣ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି l ଏଥିପାଇଁ ରାଜ୍ଯ ସରକାର ହିଁ ଦାୟୀ ରହିବେ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି l ଏଠାରେ ପ୍ରକାଶ କରା ଯାଇ ପାରେ ଯେ, ରାଜ୍ୟ ସରକାର ୨୦୧୭ ମସିହା ଠାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରି ନାହାଁନ୍ତି l ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ବିଭିନ୍ନ ଅମଲା ସଂଘ ମାନଙ୍କ ପକ୍ଷରୁ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ହୋଇସାରିଛି l

କିନ୍ତୁ, ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ଫଳ ଶୂନ୍ୟ ହୋଇଅଛି l ଏଠାରେ ପୁନର୍ବାର ପ୍ରକାଶ କରାଯାଇ ପାରେ ଯେ, ଜିଲ୍ଲା ସ୍ତରୀୟ ଅମଲା ମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରି ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗ ମାଧ୍ୟମରେ ରାଜ୍ଯ ସରକାର ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକରେ ସଫଳ ରୂପାୟନ କରିଥାନ୍ତି l ତୃଣମୂଳ ସ୍ତରରେ କାର୍ଯ୍ୟରତ ପରିଶ୍ରମ ର ଶ୍ରେୟ ରାଜ୍ଯ ତଥା କେନ୍ଦ୍ର ସରକାର ଙ୍କୁ ମିଳିଥାଏ l ଅମଲା ମାନଙ୍କୁ ମିଳିଥାଏ ଅବହେଳା ଏବଂ ପ୍ରତାରଣା l ଆଜିର ଖବରଦାତା ସମ୍ମିଳନୀ ରେ ମାନ୍ଯବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଉ ଅଛି କି, ଯଦି ଧାର୍ଯ୍ୟ ସମୟସୀମା ମଧ୍ୟରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ, ତେବେ ଉପରୋକ୍ତ କାର୍ଯ୍ୟସୂଚୀ ଅନୁଯାଇ ଆନ୍ଦୋଳନ ନିଶ୍ଚିତ ଏବଂ ରାଜ୍ୟ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ଶ୍ରୀ ଆଶୋକ କୁମାର ପଣ୍ଡା, ଅଧକ୍ଷ ଖୋର୍ଦ୍ଧା ଜିଲ୍ଲାର ମିଳିତ ଅମଲା ମଞ୍ଚ ଓ ଶ୍ରୀ ସନ୍ତୋଷ କୁମାର ନିଶଙ୍କ ଚେଇତାଇ ଥିଲେ।

Leave A Reply

Your email address will not be published.

eighteen − 3 =