LR NEWS ୧୧.୫.୨୦୨୩(ସୋରଡ଼।/ଭଞ୍ଜନଗର) ଆଜି ସନ୍ଧ୍ୟାରେ ଘୁମୁସର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ସୋରଡ଼। ବନାଞ୍ଚଳ ଗାଜଲବାଡ଼ି ସେକ୍ସନ ପଣ୍ଡାଖୋଲ ସଂରକ୍ଷିତ ଜଙ୍ଗଲ(କମ୍ପାର୍ଟମେଂଟ 10,14)ରୁ ଚଳିତ ବର୍ଷ ପ୍ରଥମ ଥର କରି ପ୍ରଥମ ପର୍ଯ୍ୟାୟରେ 20ଗୋଟି ଢଉରା ଲମ୍ବାଗଣ୍ଡି ଶ୍ରୀ କ୍ଷେତ୍ର ପୁରୀ ରଥଖଳା ଓ ଖଜୁରିଆ (କଟକ)କରତ କଳକୁ ଚାଲାଣ କରାଯାଇଛି । ସୋରଡ଼। ସହର ଠାରେ ବନାଞ୍ଚଳ ସହଯୋଗରେ ସ୍ଥାନୀୟ ଵୃକ୍ଷପ୍ରେମୀ ବିଧାୟକ ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ଦୀପ ଲଗାଇ,ନଡିଆ ଭାଙ୍ଗି ପୂଜାର୍ଚ୍ଚନା ପୁର୍ବକ ପରିବହନ ଗାଡିକୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଯାତ୍ରା ଅୟମାରମ୍ଭ କରିଥିଲେ । ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ଏଥିରେ ମୁଖ୍ୟ ନିର୍ବାହୀ ଭାବେ ପୌରୋହିତ୍ୟ କରିଥିଲେ ।ସୋରଡ଼। ବନାଞ୍ଚଳ ଅଧିକାରୀ ଶ୍ରୀ ଲମ୍ବୋଦର ବାସ୍କେ ବିଧିବଦ୍ଧ ଭାବେ ବିଭାଗୀୟ ପରମିଟ କାଟି ସସମ୍ମାନେ ଶୁଭ ଅନୁମତି ପ୍ରଦାନ କରିଥିଲେ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ନିମିତ୍ତ ରଥ ନିର୍ମାଣ ଉପଲକ୍ଷେ ଉଦ୍ଧିଷ୍ଟ ଏଇ କାଷ୍ଠ ଯୋଗାଣ କାର୍ଯ୍ୟକ୍ରମରେ ବିଭାଗ ତରଫରୁ ଅନ୍ୟାନ୍ୟ ଉପ ଅଧିକାରୀ ସର୍ବଶ୍ରୀ ପ୍ରଭାକର ନାୟକ(ACF),ଶ୍ରୀ ରଞ୍ଜିତ କୁମାର ମିଶ୍ର (ACF,)ଶ୍ରୀ ଅଶୋକ ସାହୁ(ସେକ୍ସନ ଅଫିସର)ଙ୍କ ସମେତ ସମ୍ପୃକ୍ତ ସମସ୍ତ ବନପାଳ, ବନରଖି ଓ ଅନ୍ୟାନ୍ୟ ଵିଭାଗୀୟ କର୍ମଚାରୀ ମାନେ ସମ୍ମଳିତ ସହଯୋଗ କରିଥିଲେ ।
ସହର ବାସିନ୍ଦା ସମସ୍ତ ଆବାଳ ବୃଦ୍ଧ ବନିତା ଅପୂର୍ବ ଆନନ୍ଦ ଉଲ୍ଲାସ,ଉଦ୍ଧିପନା ସହ ଖୋଳ ତାଳ ସଂକୀର୍ତ୍ତନ ,ଘଣ୍ଟା ବାଦନ ପୁର୍ବକ ଏହି ରଥକାଠ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସମଗ୍ର ପରିବେଶ ଜୟ ଜଗନ୍ନାଥ ଧ୍ୱନିରେ ପ୍ରତିଧ୍ବନିତ ହୋଇଥିଲା ।ହୁଳହୁଳି, ହରିବୋଲ ତାନରେ ସାରା ସହରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ ଆଗାମୀ 2ୟ ପର୍ଯ୍ୟ।ୟ ରେ ବାକି 20 ଗୋଟି ଢଉରା ଗଣ୍ଡି ମଧ୍ୟ ଅନୁରୂପ ଭାବେ ପଠାଯିବ । ନୟାଗଡ଼ ଜଙ୍ଗଲରୁ ପାରମ୍ପରିକ ରଥକାଠ ସରି ଯାଇଥିବାରୁ ସମ୍ପ୍ରତି ଘୁମୁସର ଜଙ୍ଗଲରୁ କାଷ୍ଠ ଯାଉଥିବାରୁ ଏବେ ଗଂଜାମ ତଥା ଘୁମୁସର ଜଙ୍ଗଲର ଗୁରୁତ୍ୱ ବୃଦ୍ଧି ପାଇଛି ।