ଖୋର୍ଦ୍ଧା(LR NEWS ୨୦/୦୩/୨୩) ଆଜି ଖୋର୍ଦ୍ଧା ମା ବରୁଣେଇ ପୀଠ ରେ ଜିଲ୍ଲା ଗାଁ ସାଥି ସଂଘର ସାଙ୍ଘଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଭାପତି ମାୟାଧର ବେହେରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ୧୦ ଟି ବ୍ଲକ ର ପ୍ରମୁଖ କର୍ମକର୍ତ୍ତା ମାନେ ଯୋଗ ଦେଇ ସାଂଗଠନିକ ଉପରେ ଆଲୋଚନା ସହିତ ଗାଁ ସାଥି ୨୦୦୮ ମସିହାରୁ ପ୍ରତ୍ୟକ ରାଜସ୍ୱ ଗ୍ରାମରେ ନିଯୁକ୍ତି ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କ ପାଇଁ କୌଣସି ସୁବିଧା କରି ନଥିବାରୁ ଦୁଃଖ ପ୍ରକାଶ କରିଥିଲେ ।ତେଣୁ ସରକାର ସେମାନଙ୍କ ନାର୍ଯ୍ୟ ଦାବି ଗାଁ ରେ କାମ,ମାସିକ ପୋଶ୍ଚାହନ,ଉତ୍ତମ ପ୍ରଶିକ୍ଷଣ,, ପରିଚୟ ପତ୍ର ଉପରେ ଦୃଷ୍ଟି ଦେବାକୁ ସଙ୍ଘ ଆଜି ଉତଥାପନ କରିଥିଲେ ।ଶେଷରେ ସମ୍ପାଦିକା ସୀମାରାଣୀ ପ୍ରଧାନ ଧନ୍ୟବାଦ ଦେଇଥିଲେ ।