ଖୋର୍ଦ୍ଧା:LR NEWS ୧୭/୦୧/୨୩ ଆଜି ମାଁ ବରୁଣେଇ ପୀଠ ଠାରେ ଖୋର୍ଦ୍ଧା ଥାଲାସେମିଆ ସଂଘ ତରଫରୁ ଗୋଟେ ସଭା ଅନୁଷ୍ଠିତ ହୋଇ ସାରିଛି, ସେଥିରେ ଓଡ଼ିଶା ଥାଲାସେମିଆ ସୋଷାଇଟୀର ସେକ୍ରେଟାରୀ ନିରାକାର ପଣ୍ଡା, ଯୋଇଣ୍ଟ ସେକ୍ରେଟାରୀ ଦୀପକ ଯାଲୀ, ଜେନେରାଲ ସେକ୍ରେଟାରୀ ନିମାଇଁ ଚରଣ ମହାରଣା କୋଡ଼ିନେଟର ପ୍ରଦୀପ ପଟନାୟକ, ଜେନେରାଲ ସେକ୍ରେଟାରୀ ସିଦ୍ଧେଶ୍ୱର ,ଏବଂ ଷ୍ଟେଟ ଜେନେରାଲ ସେକ୍ରେଟାରୀ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅବ୍ୟକ୍ତ ହରିହର ଖାଡଙ୍ଗା ପ୍ରମୁଖ ଯୋଗଦେଇ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ।
ଥାଲାସେମିଆ ରୋଗୀ ମାନେ କିପରି ଠିକ୍ ରେ ରକ୍ତ ଓ ଚିକିତ୍ସା ବ୍ୟବସ୍ଥା ଏବଂ ଖୋର୍ଦ୍ଧା ରକ୍ତଭଣ୍ଡାର କିପରି ମୁଖ୍ୟ ଚିକିତ୍ସାଳୟ ପରିସର କୁ ସ୍ଥାନାନ୍ତର ଜଲଦି କରାଯିବ ସେନେଇ ଆଲୋଚନା ହୋଇଥିଲା ।ଠିକ୍ ରେ ଔଷଧ ଓ ସହାୟତାଖର୍ଚ୍ଚ ୫୦୦ଟଙ୍କା ଓ ବିଭିନ୍ନ ଦାବି ପୂର୍ବରୁ ଜିଲ୍ଲାପାଳ ଙ୍କ ଜରିଆରେ ଦାବି କରାଯାଇଥିଲେ ମଧ୍ୟ କାମରେ ଶିଥିଲତା ପାଇଁ ଏହି ସଭାରେ ଚିନ୍ତା ପ୍ରକଟ କରିବା ସହ ବ୍ଲଡ଼ ବ୍ୟାଙ୍କ୍ ରେ ଉପଯୁକ୍ତ ମେସିନ ଲାଗିବା ପାଇଁ ପୁଣି ଥରେ ସରକାରଙ୍କୁ ଅବଗତ କରିବା ପାଇଁ ନିଷ୍ପତି ନିଆଗଲା।ଖୋର୍ଦ୍ଧା ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀ ଯଥା ସମ୍ଭବ ଏହି ବିଷୟ ରେ ତ୍ୱରିତ ବ୍ୟବସ୍ଥା କରିବା କୁ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।