ବ୍ରହ୍ମପୁର ( LR NEWSଟୁକୁନା ପ୍ରଧାନ, ୩୦.୦୫.୨୦୨୧)-: କେନ୍ଦ୍ର ରେ ମୋଦୀ ସରକାର ଙ୍କ ଦ୍ୱିତୀୟ ପାଳି ର ଦୁଇବର୍ଷ ପୂର୍ତ୍ତି ଅବସରରେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ ଓ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ସେବା ହିଁ ସଙ୍ଘଠନ ଏହି ନାରା କୁ ସାର୍ଥକ କରିବାକୁ ଯାଇ, ପୂର୍ବତନ ଆସ୍କାରୋଡ଼ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ସଭାପତି ଶ୍ରୀ ମଧୂ ସୁଦନ ସାହୁ ଙ୍କ ନେତୃତ୍ୱ ରେ, ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ତିନି ନମ୍ବର ୱାର୍ଡ ଜନସାଧାରଣ ଙ୍କୁ ମାସ୍କ ବଣ୍ଟନ ସହ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏଥିରେ କାଳିଆ ଜେନା, ରବି ପାତ୍ର, ଅର୍ଜୁନ ପଣ୍ଡା, ଶିବ ପାଣିଗ୍ରାହୀ, ରାଜା ପାଣିଗ୍ରାହୀ, ଅନିଲ ବେହେରା, ବାଲ୍ମୀକି ସାହୁ,ଇଲୁ ସାହୁ ଙ୍କ ସମେତ ବହୁ ଯୁବକ ଏଥିରେ ସାମିଲ ହୋଇଥିଲେ ।