Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବିଜେପି ପକ୍ଷରୁ ବି. ନୂଆପଲ୍ଲୀ ରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ, ୩୦.୦୫.୨୦୨୧)-: ଭାରତୀୟ ଜନତା ପାର୍ଟି ତରଫରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵିତୀୟ ପାଳିର ଦ୍ବିତୀୟ ବର୍ଷ ପୃତ୍ତି ପୂରଣ ଉପଲକ୍ଷେ ଭାରତୀୟ ଜନତାପାର୍ଟି ତରଫରୁ ସେବା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ. ବରିଡ଼ା ପଞ୍ଚାୟତ ର ବି. ନୂଆପଲ୍ଲୀ ଗ୍ରାମରେ ସିମାଞ୍ଚଳ ମହାନ୍ତିଙ୍କ ନେତୃତ୍ବରେ ମାସ୍କ, ସାବୁନ ବଣ୍ଟନ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଅରୁଣ କୁମାର ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା, ଜିଲ୍ଲା ପୂର୍ବତନ ସମ୍ପାଦକ ରବୀନ୍ଦ୍ରନାଥ ମିସ୍ତ୍ରୀ, ଜନସେନ ପରିଡ଼ା, ଚନ୍ଦ୍ରମୋହନ ଜେନା, ରାମକୃଷ୍ଣ ଜେନା, ପ୍ରସନ୍ନ କୁମାର ଶତପଥି, ଆଲୋକ କୁମାର ଶତପଥି, ପବିତ୍ର ମୋହନ ନାୟକ, ସୁଶାନ୍ତ କୁମାର ଜେନା ସମେତ ଅନ୍ୟମାନେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

Leave A Reply

Your email address will not be published.

4 × 5 =