ବ୍ରହ୍ମପୁର (LR NEWS ୦୭. ୦୩. ୨୧) – : ବିରଳ ଅଲିଭ ରିଡ଼ଲେ କଇଁଛ ର ସୁରକ୍ଷା ଲାଗି ବ୍ୟାପକ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ସତ୍ୟ ଆର୍ଟ ଆଣ୍ଡ କ୍ରାଫ୍ଟ , ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀର ମିଳିତ ସହଯୋଗ ରେ ବେଳାଭୂମି ସଫେଇ ଓ ବିଶିଷ୍ଟ ବାଲୁକା ଶିଳ୍ପୀ ସତ୍ୟ ନାରୟଣ ମହାରଣା ଓ ସହଯୋଗୀଙ୍କ ଦ୍ୱାରା ବାଲୁକାରେ ଏକ ଶହ ଏକ ଅଲିଭ ରିଡ଼ଲେ କଇଁଛ ପ୍ରତିକୃତି କରାଯାଇଛି ।
ପ୍ରକାଶ ଥାଉକି ପ୍ରତିବର୍ଷ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ଓ ସୋନପୁରର ବାହୁଦା ମୁହାଣରେ ଲକ୍ଷାଧିକ ଅଲିଭ ରିଡ଼ଲେ କଇଁଛ ପର୍ଯ୍ୟାୟ କ୍ରମେ ମିଳନ,ଗଣ ଅଣ୍ଡାଦାନ , କଇଁଛ ଛୁଆ ସମୁଦ୍ରକୁ ପ୍ରସ୍ଥାନ କରିଥାନ୍ତି ଏହାର ସୁରକ୍ଷା ପାଇଁ ବନ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ କରୁଛି ତତ୍ ସହ ସ୍ଥାନୀୟ ଲୋକଙ୍କ ସହଯୋଗ ଓ ସଚେତନତା ମଧ୍ୟ ଆବଶ୍ୟକ । ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଧେଶ୍ୟ ।
ଆସନ୍ତୁ ସମୁଦ୍ର ବେଳାଭୂମି କୁ ପ୍ରଦୁଷଣ ମୁକ୍ତ, ପ୍ଲାଷ୍ଟିକ ମୁକ୍ତ ସ୍ଵଚ୍ଛ ବେଳାଭୂମି ସହ ତଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ କରିବା ।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶ୍ରୀ ଅମ୍ଳାନ ନାୟକ ଯୋଗଦେଇଥିବା ବେଳେ ,ବାଲୁକା ଶିଳ୍ପୀ ସତ୍ୟ ନାରୟଣ ମହାରଣା , ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର , ସମ୍ପାଦକ ବିଜେନ୍ଦ୍ର ମାଝି , ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ , ସଂଜୟ ପାତ୍ର, ଗଣେଷ ପାଣିଗ୍ରାହୀ,ସନିଆ ଗୌଡ଼,କେ.କବିତା, ପ୍ରଣୟ କୁମାର ସାହୁ,ପି. ବିନୋଦ,ଯେ. ବିନୋଦ,ପ୍ରବିଣ କୁମାର, ନୂର୍ତ୍ୟ ଗୋପାଳ ଦାସ୍, ଟି. ଦୁର୍ଗା ପ୍ରସାଦ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।