Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଲେଡିସ୍ କର୍ଣ୍ଣର ରୁ ନାବାଳକ ର ଶବ ଉଦ୍ଧାର , ହତ୍ୟା କି ଆତ୍ମହତ୍ୟା ନେଇ ପୋଲିସ୍ ର ତଦନ୍ତ ଆରମ୍ଭ।

ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୦୬.୧୦.୨୦୨୦) – : ଗଂଜାମ ଜିଲ୍ଲା ପୋଲସରା ସହରର ମିଲ୍ ସାହି ଛକରେ ଥିବା ଏକ ଜଣାଶୁଣା ଲେଡିସ୍ କର୍ଣ୍ଣରେ କାମ କରୁଥିବା ଏକ ନାବାଳକ କୁଶ ପ୍ରଧାନ ଙ୍କ ଗତକାଲି ବିଳମ୍ବିତ ରାତିରେ ଝୁଲନ୍ତା ଶବ ଝୁଲୁଥିବା ର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସାଙ୍ଗ ହୋଇ ଶୋଇ ଥିବା ଅନ୍ୟ ଜଣେ ସହଯୋଗୀ ସନ୍ଦେହ ଘେରରେ ଥିବା ବେଳେ ଲେଡିସ୍ କର୍ଣ୍ଣର ମାଲିକ ମଧ୍ୟ ସନ୍ଦେହ ଘେରରେ ଥିବା ଚର୍ଚ୍ଚା ବିଷୟ ପାଲଟିଛି । ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ନେଇ ଅନ୍ୟ ଜଣେ ସହଯୋଗୀ ପ୍ରକାଶ କରିଥିବା ବେଳେ ସ୍ଥାନୀୟ ପୋଲିସ୍ ଓ ପରିବାର ଲୋକଙ୍କୁ ଏ ସଂପର୍କିତ ଖବର ଦିଆଯାଇଥିଲା । ଯାହାକୁ ନେଇ ଭୋର୍ ସକାଳୁ ସକାଳୁ ମିଲ୍ ସାହି ସ୍ଥିତ ଲେଡିସ୍ କର୍ଣ୍ଣରରେ ସ୍ଥାନୀୟ ବାସୀଙ୍କ ଭିଡ଼ ଲାଗିଥିଲା । ଏପରିକି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ କରିବା ପାଇଁ ବ୍ରହ୍ମପୁର ମେଡ଼ିକାଲ ପଠାଇ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଏପରିକି ଢଉମାଳ ଗ୍ରାମରୁ ଆସିଥିବା ପରିବାର ବର୍ଗ କୁହନ୍ତି ପୁଅ କୁଶ ପ୍ରଧାନ ୩ ମାସ ହେଲା ଏହି ଲେଡିସ୍ କର୍ଣ୍ଣରେ କାମ କରୁଥିବା ବେଳେ କାହିଁକି ଓ କିପରି ମୃତ୍ୟୁବରଣ କରିଲା ତାହା ବର୍ତ୍ତମାନ ସୁଧା ଆମେ ବିଶ୍ୱାସ କରିପାରୁ ନାହୁଁ । ଆଉ ଏପଟେ ମୃତ୍ୟୁବରଣ କରିଥିବା କୁଶ ନାବାଳକ ଥିବା ବେଳେ କିପରି ଏହି ଲେଡିସ୍ କର୍ଣ୍ଣରେ କାମ କରୁଥିଲା ତାହା ବି ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଜନସାଧାରଣ ପ୍ରଶ୍ନ କରିଛନ୍ତି । ଆଉ ସେପଟେ ପୋଲିସ୍ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଜୋରଦାର କରୁଥିବା ସୂଚନା ଦେଇଛି ।

Leave A Reply

Your email address will not be published.

6 − one =