ଭୁବନେଶ୍ବର , (ଟୁକୁନା ପ୍ରଧାନ , ୦୨.୧୦.୨୦୨୦, )-: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳର “କରୋନା” ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଚାଲୁ ରହିବ । ଆଜି ପୋଲସରା ଏନ.ଏ.ସି ଠାରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏହି ସଚେତନତା ଅଭିଯାନର ଶୁଭାରମ୍ଭ କରିଛନ୍ତି ।ପ୍ରଥମେ ବିଧାୟକ ଶ୍ରୀ ସାହୁ ମହାପୁରୁଷ ଙ୍କ ପ୍ରତିମୃତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରି ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏଥିରେ ବ୍ଳକ ଅଧ୍ୟକ୍ଷ, ଉପାଧ୍ୟକ୍ଷା , ଜିଲାପରିଷଦ ସଦସ୍ୟମାନେ, ବହୁ ସରପଞ୍ଚ ଓ ସମିତି ସଭ୍ୟ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏବଂ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ ।