ବ୍ରହ୍ମପୁର, (, LR NEWS, ୧୮.୦୯.୨୦୨୦) -: ଗଞ୍ଜାମ ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ଓଡ଼ିଆ ସମାଜ ତଥା ହୁମ୍ମା ମଣ୍ଡଳର ମିଳିତ ଆନୁକୂଲ୍ୟରେ ସ୍ୱର୍ଗତ ବିକ୍ରମାଦିତ୍ୟ ପଲେଇଙ୍କ ଏକାଦଶାହ ଅବସରରେ ହୁମ୍ମା ବାସଭବନ ନିକଟରେ ଜିଲ୍ଲା ସମ୍ପାଦକ ଶ୍ରୀ ଜଗବନ୍ଧୁ ଭୋଳଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।ସଭାର ପ୍ରାରମ୍ଭରେ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା ଓ ପରେ ପରେ ଫଟୋ ଚିତ୍ରରେ ଅତିଥିମାନଙ୍କ ଦ୍ୱାରା ପୁଷ୍ପ ପ୍ରଦାନ କରାଯାଇଥିଲା ।ସଭାର ପ୍ରାରମ୍ଭରେ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶିକ୍ଷ୍ୟାବିତ ବିଜୟ କୁମାର ବିଶ୍ବାଳ ଯୋଗ ଦେଇ ଦିବଂଗତ ଆତ୍ମାର ସ୍ମୃତି ଚାରଣ କରିଥିଲେ ।ଗଞ୍ଜାମ ଜିଲ୍ଲାର ନଅ ଟି ମଣ୍ଡଳ ତରଫରୁ ସାତଟି ମଣ୍ଡଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ।ଗଞ୍ଜାମ ମଣ୍ଡଳର ପିତାମ୍ବର ସ୍ବାଇଁ,ମୋଚିରାମ ତରାଇ ଯୋଗଦେଇଥିବା ବେଳେ ହୁମ୍ମା ମଣ୍ଡଳର ଯତିରାଜ ପ୍ରଧାନ,ସୁଧୀର କୁମାର ବିଶ୍ବାଳ ଯୋଗଦେଇ ଶ୍ରୀ ପଲେଇଙ୍କ ସ୍ମୃତି ଚାରଣ କରିଥିଲେ ।କୋଦଳା ମଣ୍ଡଳ ତରଫରୁ ଭିକାରି ଚରଣ ରାଉତ,ବାଞ୍ଛାନିଧି ରାଉତ ଯୋଗଦେଇଥିବା ବେଳେ ଆଠଗଡ଼ ମଣ୍ଡଳରୁ ଭଗବାନ ପଲେଇ, ସୁରେନ୍ଦ୍ର ପଲେଇ ଯୋଗଦେଇଥିଲେ ।ପ୍ରତାପପୁର ମଣ୍ଡଳରୁ ସୋମନାଥ ପଲେଇ,ତ୍ରିନାଥ ବେହେରା,ଖଲ୍ଲିକୋଟ ମଣ୍ଡଳ ତରଫରୁ ଦୀନବନ୍ଧୁ ପଲେଇ,ରବୀନ୍ଦ୍ର କୁମାର ନାୟକ,ଘୁମୁସର ମଣ୍ଡଳ ତରଫରୁ ସୀମାଞ୍ଚଳ ପରିଡ଼ା, ବିଜୟ କୁମାର ଦଳାଇ,ରମେଶ ଚନ୍ଦ୍ର ପଲେଇ ଆଦି କର୍ମକର୍ତ୍ତା ମାନେ ଯୋଗଦେଇ ଥିଲେ ।ହୁମ୍ମା ଅଂଚଳର ବହୁ ବୁଦ୍ଧିଜୀବୀ ଏହି ଶୋକ ସଭାରେ ଯୋଗଦେଇ ସ୍ବର୍ଗତ ବିକ୍ରମାଦିତ୍ୟ ପଲେଇଙ୍କ ଗୁଣ କୀର୍ତ୍ତନ କରିଥିଲେ ।ନିଜ ପିତାଙ୍କ ନାମରେ ହୁମ୍ମାର ବିରଭଦ୍ର ହାଇସ୍କୁଲ ପ୍ରତିଷ୍ଠା କରି ବିଦ୍ୟାଳୟର ଯାବତୀୟ ଖର୍ଚ୍ଚ ବହନ କରିବା ସଂଗେ ସଂଗେ ଏହି ଅଂଚଳର ଏକ ସାଂସ୍କୃତିକ ଓ ସାମାଜିକ ବିପ୍ଳବର ସୂତ୍ରପାତ ଘଟାଇଥିଲେ ।ଲବଣ ଶ୍ରମିକମାନଙ୍କର ବିକାଶ ,ହୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ,ପଶୁ ଚିକିତ୍ସାଳୟ ଓ ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ କରିବା ସଂଗେ ହୁମ୍ମା ହାଟ ପ୍ରତିଷ୍ଠା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଏଗାର ଶହ ଏକର ଜମିର ଜମିଦାର ଅକାତରରେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଗଠନ ପାଇଁ ଦାନ ଦେଇ ସେ ଏକ ସାଧାରଣ ଜୀବନ ଅତିବାହିତ କରିଥିଲେ ।ଗଞ୍ଜାମ କ୍ଷେତ୍ରୀୟ ଖଣ୍ଡାୟତ ଓଡ଼ିଆ ସମାଜର ପ୍ରଥମ ସଭାପତି ଭାବେ କ୍ଷେତ୍ରୀୟ ମାନଙ୍କୁ ଏକତ୍ରିତ କରି ସାମୟିକ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।ପୂଜ୍ୟପୂଜାର ପରମ୍ପରା କୁ ବଜାୟ ରଖିବା ପାଇଁ ଏହି ଭଳି ଜଣେ ଉଚୁଙ୍ଗ ବ୍ୟକ୍ତିତ୍ୱ ସମ୍ପନ୍ନ ମହାପୁରୁଷ ଙ୍କର ପୂର୍ଣ ଅବୟବ ମୂର୍ତ୍ତି ପ୍ରତିମୂର୍ତ୍ତି ହୁମ୍ମାରେ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା ।ସଭା ଶେଷରେ ବିଭିନ୍ନ ମଣ୍ଡଳର କର୍ମକର୍ତ୍ତା ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରି ସଭା ସାଙ୍ଗ କରାଯାଇଥିଲା ।