Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବୁଗୁଡା ତହସିଲଦାରଙ୍କୁ ଘେରାଉ, ମାମଲା ରୁଜୁ।

ବ୍ରହ୍ମପୁର,( ଟୁକୁନା ପ୍ରଧାନ, ୦୧.୦୯.୨୦୨୦) – : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଷୋହଳ ମଇଲ ଛକରେ ସାର ଯୋଗାଣ ପାଇଁ ଦାବୀ କରି ରାମଣ୍ଡା ଓ ଅନ୍ୟ ଗ୍ରାମର ଲୋକମାନେ ମୁଖ୍ୟ ରାଜପଥକୁ ଅବରୋଧ କରିଥିବା ବେଳେ ବୁଗୁଡା ତହସିଲଦାରଙ୍କୁ ଘେରାଉ କରି ସାର୍ଟ ଚିରିବା ଓ ଟଣା ଓଟରା କରିବା ନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ଷୋହଳ ମଇଲ ଛକର ସାର ଡିଲର ନିକଟରେ ଷ୍ଟକ ଥିବା ସମସ୍ତ ୟୁରିଆ ସାର ଶେଷ ହୋଇଯିବା ଯୋଗୁଁ ଅବଶିଷ୍ଟ ଚାଷୀଙ୍କୁ ସାର ଦେଇପାରିନଥିଲେ। ଲୋକମାନେ ଆଜିହିଁ ଯେପରି ହେଲେ ସାର ଦେବାକୁ ଦାବି କଲେ। ଫଳରେ ସହକାରୀ କୃଷି ଅଧିକାରୀ ସେଠାରେ ପହଞ୍ଚି ସାର ପୁଣି ଆସିଲେ ଦିଆଯିବ ବୋଲି ବୁଝାଇଲେ ମଧ୍ୟ ଲୋକମାନେ ନାରାଜ ହୋଇ ରାସ୍ତା ଅବରୋଧ କରିଥିଲେ। ଫଳରେ ସହକାରୀ କୃଷି ଅଧିକାରୀ ତହସିଲଦାରଙ୍କୁ ଫୋନ କରି କହିଲେ। ଖବର ପାଇ ବୁଗୁଡା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ଲୋକଙ୍କୁ ବୁଝାସୁଝା କଲାବେଳେ ଲୋକମାନେ ତହସିଲଦାରଙ୍କୁ ଘେରିଯାଇ ଟଣାଓଟରା କରି ଶାର୍ଟ ଚିରି ଦେଇଥିଲେ। ଖବର ପାଇ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଘେରାଉ କରିଥିବା ଲୋକମାନଙ୍କ ଠାରୁ ତହସିଲଦାରଙ୍କୁ ମୁକ୍ତି କରିଥିଲେ। ଏନେଇ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ବୁଗୁଡା ଥାନାରେ ଲିଖିତ ଅଭିଯୋଗ ଦେବାପରେ ବୁଗୁଡା ଥାନା କେଶ ନଂ ୨୫୦/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.

nine − 1 =