ଖୋର୍ଦ୍ଧା : (LR NEWS ୩୧/୮)ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ଅବସରରେ ଖୋର୍ଦ୍ଧା ପୋୖର ପରିଷଦ ପକ୍ଷରୁ ଅନ ଲାଇନ ହୋଇଡିଂ ଟିକସ ପୈଠ ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଖୋର୍ଦ୍ଧା ପୋୖର ପ୍ରଶାସକ ତଥା ଜିଲ୍ଲା ପାଳ ସନତ କୁମାର ମହାନ୍ତି ଏହାର ଶୁଭାରମ୍ଭ କରିଥିଲେ। ପୋୖର ପରିଷଦ ର ନିର୍ବାହୀ ଅଧିକାରୀ ଶ୍ଵେତପଦ୍ମ। ଡି ଶତପଥୀଙ୍କ ପୌରହିତରେ ଅତିରିକ୍ତ ଜିଲ୍ଲାପାଲ ମନୋଜ କୁମାର ପାଢୀ, ଆକିତ୍ସା ବ୍ୟାଙ୍କ ପରିଚାଳକ କେଶବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଖୋରଧାର ୫ ଜଣ ଗୃହ ମାଲିକ ଅନ ଲାଇନ ଜରିଆରେ ଟିକସ ପୈଠ ଦାଖଲ କଲେ। ଏଟିଏମ କାର୍ଡ ୱେବ ନଗଦ କ୍ୟାସ ଦେଇ ଡିଜିଟାଲ ରସିଦ ଜିଲ୍ଲାପାଳ ଙ୍କ ଠାରୁ ନେଇଥିଲେ । ଏହାଦ୍ୱାରା ସମସ୍ତ ଗୃହ ମାଲିକ ଘରେ ବସି ନିଜର ଟିକସ ଦାଖଲ ସୁବିଧାରେ କରିପାରିବେ। ଖୋର୍ଦ୍ଧା ବାହାରେ ଥିବା ଗୃହ ମାଲିକ ମଧ୍ୟ ସେମାନଙ୍କ ଟିକସ ଠିକ ସମୟରେ ଦାଖଲ କରିପାରିବେ। ଶେଷରେ ପୋୖର ଅଧିକାରୀ ଶ୍ରୀମତୀ ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।