Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା ତରଫରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ।

ଗଞ୍ଜାମ, (LR NEWSଟୁକୁନା ପ୍ରଧାନ, ୧୭.୦୮.୨୦୨୦ ) – : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ. ବରିଡ଼ା ପଞ୍ଚାୟତ ର ଅମରେଶ୍ୱର ବିଦ୍ୟାପୀଠ ଓ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା ତରଫରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷ ବଞ୍ଚିଲେ ଜୀବ ଜଗତ ବଞ୍ଚିବ ଏହି ନାରାରେ ୩୦୦ରୁ ଊର୍ଦ୍ଧ୍ଵ ବୃକ୍ଷରୋପଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ଯୁବ ସମାଜସେବୀ ସନ୍ତୋଷ କୁମାର ରଥ (ମଣ୍ଟୁ ) ସରପଞ୍ଚ ଚିତ୍ରସେନ ନାୟକ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ଏଥିରେ ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା ର ସମ୍ପାଦକ ଭାସ୍କର ନାୟକ, ଖଲ୍ଲିକୋଟ ବନାଞ୍ଚଳ ବନରଖି କମଳ ପତିଆର, ପ୍ରଧାନ ଶିକ୍ଷକ ଅଶୋକ ଚନ୍ଦ୍ର ପଣ୍ଡା, ସୁରଜିତ୍ ବିଶୋଇ ସମେତ ବୃକ୍ଷପ୍ରେମୀ ଦିନେଶ ମହାରଣା, ରୟତ ମହାସଭା ସଦସ୍ୟ ଜନସେନ ପରିଡ଼ା, ଶିରୀ ପରିଡା, ବାବୁ ପରିଡା, ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ ବୃକ୍ଷରୋପଣ ରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

5 + six =