Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ହଜିଗଲା ମାନବିକତା ।ଭୁଲିଗଲେ ମଣିଷ ପଣିଆ ।ମୃତ୍ୟୁ ପରେ ଅଛୁଆଁ ହୋଇଗଲା ମୃତ୍ୟୁ ଦେହ, ଶେଷରେ ମିଳିଲା ସମ୍ମାନ, ଦୁଇ ସାମ୍ବାଦିକ ସମେତ ପୋଲିସ କର୍ମଚାରୀ ଦେଲେ କାନ୍ଧ।

ଗଞ୍ଜାମ, (LR NEWSଟୁକୁନା ପ୍ରଧାନ ୨୫.୦୭.୨୦୨୦) – : ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର କୋଦଳା ରେ । କୋଦଳା ମେଡିକାଲ ବାହାରେ ପଡିରହିଥିଲା କରୋନା ମୁକାବିଲାର ଆଗଧାଡିର ଯୋଦ୍ଧା ପୋଲିସ ଏ ଏସ୍ ଆଇ ରବୀନ୍ଦ୍ର ନାଥ ବେହେରାଙ୍କ ମୃତଦେହ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲ୍ ରେ ଚିକିତ୍ସିତ ଅବସ୍ଥା ରେ ଏ ଏସ୍ ଆଇ ରବିନ୍ଦ୍ର ବେହେରାଙ୍କ ମୃତ୍ୟୁ ହୋଇଯାଇଥିଲା । ଶ୍ରୀ ବେହେରା ଭଞ୍ଜନଗର କୋର୍ଟ ରେ କାର୍ଯ୍ୟରତ ଥିଲେ । ତାଙ୍କର ନିଜ ଘର ନରେନ୍ଦ୍ରପୁର ହୋଇଥିବା ବେଳେ ସେ ବେଗୁନିଆପଡ଼ା ଠାରେ ଏକ ଭଡ଼ା ଘରେ ରହୁଥିଲେ ଏହା ପୂର୍ବରୁ ସେ କୋଦଳା ଥାନା ରେ ଏ ଏସ୍ ଆଇ ଭାବେ କାର୍ଯ୍ୟରତ ଥିଲେ । ଘଟଣା ରୁ ପ୍ରକାଶ ଯେ ଶ୍ରୀ ବେହେରା ଙ୍କୁ କିଛି ଦିନ ହେଲା ଜ୍ୱର ହେଉଥିଲା । କାଲି ରାତି ରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଦଳା ମେଡିକାଲ୍ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥା ରେ ମୃତ୍ୟୁ ହୋଇଯାଇଛି । ଏଭଳି ସ୍ଥିତିରେ ଏ ଏସ୍ ଆଇ ଙ୍କ ମୃତ ଦେହକୁ ଉଠାଇବାକୁ କେହି ଆସିନଥିଲେ ଏପରିକି ତାଙ୍କ ପରିବାର ମଧ୍ୟ ମୃତ ଦେହକୁ ଗ୍ରହଣ କରିନଥିଲେ । ଯେଉଁ ବ୍ୟକ୍ତି କରୋନା ସମୟରେ ଆଗଧାଡିର ଯୋଦ୍ଧା ସାଜି ସାଧାରଣ ଲୋକଙ୍କ ପାଇଁ କାମ କରୁଥିଲେ ତାଙ୍କୁ ମିଳିନାହିଁ ଉପଯୁକ୍ତ ସମ୍ମାନ ତେବେ କରୋନା ସନ୍ଦେହରେ ମିଳିନଥିଲା କାନ୍ଧ ଏହି ଘଡ଼ିସନ୍ଧି ମୁହୁର୍ତ ରେ ସ୍ଥାନୀୟ ଅଞ୍ଚଳର ଦୁଇ ସାମ୍ବାଦିକ ଭଗବାନ ପାଢ଼ି ଓ ସନ୍ତୋଷ କୁମାର ସେଠୀ, ଗୃହରକ୍ଷୀ ରଶ୍ମିରଞ୍ଜନ ପଣ୍ଡା, ଲକ୍ଷ୍ମି ଧର ବେହେରା, ରଜନୀ କାନ୍ତ ସେଠି ପିପିଇକିଟ ପିନ୍ଧି ଏ ଏସ୍ ଆଇ ଙ୍କ ମୃତ୍ୟୁ ଦେହକୁ ଉଠାଇବା ପାଇଁ ଆଗକୁ ଆସିଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଗଞ୍ଜାମ ଏସ.ପି ବ୍ରିଜେଶ କୁମାର ରାୟ, ଆଡିସନାଲ ଏସ୍.ପି. ଠାକୁର ପ୍ରସାଦ ପାତ୍ର, ଏସ୍ ଡି ପି ଓ ସୀମା ସ୍ଵାଇଁ, ତହସିଲଦାର ପ୍ରଭାତ କୁମାର ପରିଡା, ଥାନା ଅଧିକାରୀ ଦେବାଶିଷ ମହାନ୍ତି, ବି ଡି ଓ ବେଦବର ପ୍ରଧାନ ପ୍ରମୂଖ ଘଟଣାସ୍ଥଳରେ ପହଞ୍ଚି ଗାର୍ଡ ଅଫ ଅନର ଦେଇଥିଲେ । ଦିର୍ଘ ସମୟ ପରେ ମୃତ ଏ ଏସ୍ ଆଇ ରବୀନ୍ଦ୍ରନାଥ ବେହେରାଙ୍କୁ ମିଳିଲା ରାଷ୍ଟ୍ରୀୟ ସମ୍ମାନ । ପରେ ସାମ୍ବାଦିକ ଓ ପୋଲିସ କର୍ମଚାରୀଙ୍କ ସହାୟତାରେ ପୁଅ ବାପାଙ୍କର ମରଶରୀର କୁ ଉଠାଇବା ସହ ଆମ୍ବୁଲାନ୍ସ ମାଧ୍ୟମରେ ପୋଷ୍ଟମଟମ୍ ପାଇଁ ପଠାଯାଇଥିଲା ।

Leave A Reply

Your email address will not be published.

1 × one =