Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କାନ୍ଥ ଦେଉଛି କରୋନା ସଚେତନତା ବାର୍ତ୍ତା

ଖୋର୍ଦ୍ଧା (LR NEWS୧୯।୭ 🙂 ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଏଥିରୁ ବାଦ୍‌ ପଡିନି ଖୋର୍ଦ୍ଧା ପୌରାଞ୍ଚଳ। ଜନ ସଚେତନତା ଉଦ୍ଦେଶ୍ୟରେ ପୌରାଞ୍ଚଳ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ସହରର ବିଭିନ୍ନ ସ୍ଥାନରେ କରୋନା ସଚେତନତା ପ୍ରାଚୀରଚିତ୍ର ମାଧ୍ୟମରେ ଚାଲିଛି ପ୍ରଚାର । କାନ୍ଥରେ ଅଙ୍କନ ହୋଇଛି କରୋନାର ଭୟାନକ ରୁପ, ମାସ୍କ ପରିଧାନ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି। କିପରି ହାତ ଧୋଇବେ, ବଜାର, ଗ୍ରୋସରୀ ଦୋକାନ ତଥା ପରିବା କିଣିବା ବେଳେ ସାମାଜିକ ଦୂରତା ରଖିବେ ସେ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରୁଛି । ଏଥିସହିତ ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସତର୍କତା ଏକ ମାତ୍ର ମାଧ୍ୟମ, କୋଭିଡ ଗାଇଡ ଲାଇନକୁ ପାଳନ କରନ୍ତୁ, ଘରେ ଶିଶୁ, ବରିଷ୍ଠ ନାଗରିକଙ୍କ ଯତ୍ନ ନିଅନ୍ତୁ । ବାହାରୁ ଘରକୁ ଫେରିଲେ ଗୋଡ, ହାତ, ମୁଖ ଭଲ ଭାବେ ଧୁଅନ୍ତୁ, ବିନା ମାସ୍କରେ ଘରୁ ବାହାରନ୍ତୁ ନାହିଁ, କଥାବାର୍ତ୍ତା ବେଳେ ଦୁଇ ଫୁଟ ଦୂରତା ରକ୍ଷା କର, ଗୋଟିଏ ମାସ୍କକୁ ବାରମ୍ବାର ବ୍ୟବହାର କର ନାହିଁ, ସତର୍କ ରହିବା-କରୋନାକୁ ଜିଣିବା, ମାସ୍କ ପିନ୍ଧି ରହିଲେ ଭାଇ କରୋନା ଯିବ ଦୂରେଇ, ଆପଣଙ୍କ ସୁରକ୍ଷା ଆପଣଙ୍କ ହାତରେ, ନିୟମିତ ହାତ ଧୁଅନ୍ତୁ, ସତର୍କ ରହିବା-କରୋନାକୁ ହରାଇବା, ବାହାରକୁ ଗଲେ ମାସ୍କ ପିନ୍ଧିବା- ଦୁଇ ମିଟର ଦୂରତା ମାନିବା, ସଚେତନ ହେବା ସତର୍କ ରହିବା- କରୋନା ହାରିବ ଆମେ ଜିତିବା, ସାବଧାନ ହୋଇ ଚଳୁଥିବା- ସବୁଠି ସତର୍କ ରହିଥିବା କରୋନା ନିୟମ ପାଳୁଥିବା-କରୋନା କୁ ଦୁରରେ ରଖିଥିବା, ଆଦି ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଦିଆଯାଇଛି । ଏଥିସହିତ କରୋନା ରୂପକ ମହାମାରୀ ରକ୍ଷା ପାଇବା ଲାଗି କିପରି ସତର୍କତା ଅବଲମ୍ବନ କରିବେ ସେ ସମ୍ପର୍କରେ କାନ୍ଥରେ ଅଙ୍କନ ହୋଇଛି ସଚେତନତା ଭଳି କି ଭଳି ବାର୍ତ୍ତା। ଖୋର୍ଦ୍ଧା ପୌରାଞ୍ଚଳ କାର୍ଯ୍ୟାଳୟ, ନୂଆ ବସଷ୍ଟାଣ୍ଡ ରୋଡ କାନ୍ଥର ଦୁଇ ପାର୍ଶ୍ୱ ରାସ୍ତାରେ ଏଭଳି ସଚେତନ ମୂଳକ ବାର୍ତ୍ତା ଦେଉଛି। ଏହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି। ଏଥିସହିତ ଯୁବପିଢିଙ୍କ ଲାଗି ସେଲ୍ଫି କର୍ଣ୍ଣର ପାଲଟିଛି। ଏନେଇ ଖୋର୍ଦ୍ଧା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଶତପଥୀ କୁହନ୍ତି ଖୋର୍ଦ୍ଧା ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ଲଗାଯାଇଛି । ଲୋକଙ୍କ ସୁରକ୍ଷା ଓ ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରାସ୍ତା କ ଲୋକଙ୍କ ଦୃଷ୍ଟି ଗୋଚର ହେବା ତଥା ସଚେତନତା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

four + 11 =