Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ମର୍ଦ୍ଦକୋଟ ସରପଞ୍ଚ ପରିସ୍ଥିତିକୁ ଦୃଷ୍ଟିରେ ରଖି ୭ ଦିନିଆ ସଟ୍ ଡାଉନ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୧୭.୦୭.୨୦୨୦)-: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ପଂଚାୟତ ସରପଞ୍ଚ ଶ୍ରୀମତୀ ସାଗରିକା ନାୟକ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି ।

ଉକ୍ତ ପଂଚାୟତରେ କେତେ ଜଣଙ୍କ କରୋନା ପଜିଟିଭ୍ ଥିବା ରିପୋର୍ଟ ଆସିବା ପରେ ଆଜି ସରପଞ୍ଚ ଶ୍ରୀମତୀ ନାୟକ ବିଡ଼ିଓ, ତହସିଲଦାର ଓ ଥାନା ଅଧିକାରୀ ଙ୍କୁ ଜଣାଇବା ପରେ ୭ ଦିନିଆ ସଟ୍ ଡାଉନ ଜାରୀ କରିଛନ୍ତି। ପଂଚାୟତରେ ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ କି ଆଜି ଠାରୁ ଏହି ସଟ୍ ଡାଉନ ଜାରି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ସରକାରଙ୍କ ନିୟମ ମାନି ଦ୍ୱାର ଦ୍ଵାର ବୁଲି ବିକ୍ରିକରି କରିପାରିବେ।ଅନ୍ୟତ୍ର କୌଣସି ଦୋକାନ ବଜାର,ସାମାଜିକ କାର୍ଯ୍ୟ, ଗାଡି ଚଳାଚଳ, ବନ୍ଦ ରହିବ।ଏଥି ସହିତ ଗ୍ରାମର ପ୍ରବେଶ ପଥ,ପୋଖରୀକୁ ବ୍ୟାରିକେଡ କରାଯାଇଛି ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

5 + 14 =