Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସଟ ଡାଉନ୍ ସମୟରେ ସ୍ବେଚ୍ଛାସେବୀ ଙ୍କ କାମ।

ଖୋର୍ଦ୍ଧା LR NEWS ୧୨/୭/୨୦-ଖୋର୍ଦ୍ଧା ଜିଲ୍ଲାରେ ଶନିବାର ଓ ରବିବାର ସଟ୍ ଡାଉନ୍ ଚାଲିଥିବା ବେଳେ ଘରୁ କେହି ପଦାକୁ ବାହାରୁ ନଥିବା ବେଳେ କୋଣାର୍କ ନଗର ବିକାଶ ପରିଷଦ ର କିଛି ଯୁବକ ମୁହଁ ରେ ମାକ୍ସ ଓ ସାମାଜିକ ଦୂରତା ରକ୍ଷାକରି ଗାଁ ପରିବେଶକୁ ସଫା ଓ ପରିଷ୍କାର ରଖିବାକୁ ଆଗେଇ ଆସିଛନ୍ତି।

ଏହି ଯୁବକମାନେ କୋଣାର୍କ ନଗରE.V.Mଗୋ ଡାଉନ୍ ଠାରୁ ST Xavier school ପର୍ଯ୍ୟନ୍ତ,DRDA office ଠାରୁ ବରୁଣେଇ ଉପ୍ରା ବିଦ୍ୟାଳୟ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଅନାବଶ୍ୟକ୍ ଗଛ ଲତା,ବୁଦା ଓ ଅଳିଆ ଆବର୍ଜ୍ଜନା ସୃଷ୍ଟି ହୋଇ ପରିବେଶ ଖରାପ ହେବା ସଙ୍ଗେ ସଙ୍ଗେ ବର୍ଷା ଦିନ ହେଇଥିବାରୁ ମଶା, ମାଛି, ସାପ ଓ ବିଷାକ୍ତ ସରୀସୃପ ଆଦିର ଭୟ ରହୁଥିଲା। ଏଣୁ ଏହି ଯୁବକମାନେ ରାସ୍ତାର ଉଭୟ ପାର୍ଶ୍ଵ କୁ ପରିଷ୍କାର କରିଛନ୍ତି। ସଫେଇ କାର୍ଯ୍ୟରେ କୋଣାର୍କ ନଗର ବିକାଶ ପରିଷଦ ର ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସତ୍ୟଜିତ ସାହୁ, ସଞ୍ଜୟ ପଟ୍ଟନାୟକ ସମେତ ଅନ୍ୟ ଯୁବକ ମାନେ ସାମିଲ ଥିଲେ। ଏହି ଯୁବକ ମାନଙ୍କର କାମ ଦେଖି କୋଣାର୍କ ନଗର ଗ୍ରାମ ବାସି ପ୍ରଶଂସା କରିଛ୍ତି।

Leave A Reply

Your email address will not be published.

three + 10 =