Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବାଣପୁର ର ପୁଅ କରୋନା ଯୋଦ୍ଧା ବିଭୁତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ।

ଗଞ୍ଜାମ , (LR NEWSଟୁକୁନା ପ୍ରଧାନ ୧୦.୦୭.୨୦୨୦) – : ବ୍ରହ୍ମପୁରର ଜଣେ ସବ୍‌-ଇନ୍ସପେକ୍ଟରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ନାଁ ବିଭୂତି ଭୂଷଣ ସେଠୀ। ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି । ଶ୍ରୀ ସେଠୀ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ସଂପର୍କରେ ଗତକାଲି ବ୍ରହ୍ମପୁର ଏସ୍‌ପି ଟ୍ୱିଟ୍ କରି ସୂଚନା ଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ଏସ୍‌ପିଙ୍କ ଟ୍ୱିଟ୍‌କୁ ରିଟ୍ୱିଟ୍ କରାଯାଇ ଶ୍ରୀ ସେଠୀଙ୍କୁ ପ୍ରଶଂସା କରାଯାଇଛି । ସୂଚନା ଥାଉକି ଏହି କରୋନା ଯୋଦ୍ଧା । କର୍ତ୍ତବ୍ୟ ଆଗରେ ନିଜର ବିବାହକୁ ସ୍ଥଗିତ ରଖି ପ୍ରଶଂସାର ପାତ୍ର ହୋଇଥିଲେ ବିଭୂତି ବାଣପୁର ବ୍ଲକର ଵାଲେଡିହ ଗ୍ରାମର ଏସ୍‌ଆଇ ବିଭୂତି ଭୂଷଣ ସେଠୀ। ଗୋଦାବରୀଶ ମହାବିଦ୍ୟାଳୟ ବାଣପୁର ର ଛାତ୍ର ଅଟନ୍ତି। ଅକ୍ଷୟ ତୃତୀୟା ଦିନ ବିବାହ ଆୟୋଜନ ସରି ଯାଇଥିଲା। କିନ୍ତୁ କର୍ତ୍ତବ୍ୟ ଓ ସେବା ଆଗରେ ସେ ବାହାଘର ବାତିଲ୍‌ କରି କରୋନା ମୁକାବିଲା ପାଇଁ ଆଗେଇ ଆସିଥିଲେ ଏହି କରୋନା ଯୋଦ୍ଧା ।

Leave A Reply

Your email address will not be published.

seventeen − seven =