Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ମା ତାରାତାରିଣୀ ପୀଠରେ ଚୈତ୍ର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗଞ୍ଜାମ, (LRNews, ଟୁକୁନା ପ୍ରଧାନ, ୦୮.୦୨.୨୦୨୦) – : ଗଞ୍ଜାମ ଜିଲାର ଆରାଧ୍ୟା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗତକାଲି ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ । ଚଳିତବର୍ଷ ୫ ପାଳି ଯଥା ଆସନ୍ତା ମାର୍ଚ୍ଚ ୧୦, ୧୭, ୨୪, ୩୧ ଓ ଏପ୍ରିଲ ୭ ତାରିଖରେ ମା’ଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ହେବ । ପାହାଡ ଉପରକୁ ମା’ଙ୍କ ମନ୍ଦିର ନିକଟକୁ ଭକ୍ତମାନଙ୍କୁ ନେବା ପାଇଁ ୧୦ଟି ଘରୋଇ ବସ୍‌ ବ୍ୟବସ୍ଥା ହେବ । ପୂର୍ବବର୍ଷ ବସ୍‌ ଭଡା ୫୦ ଟଙ୍କା ଥିବାବେଳେ ଚଳିତ ବର୍ଷ ୧୦ ଟଙ୍କା ବୃଦ୍ଧି କରାଯାଇଛି । ଜଣପିଛା ବସ୍‌ ଭଡା ୬୦ ଟଙ୍କା ହେବ। ପାହାଡ଼ ପାଦ ଦେଶରେ ଥିବା ନଦୀର ୩ ଘାଟ ମଧ୍ୟରୁ ଗୋଟିଏ ଘାଟ ରେ ଗାଧୁଆ ବନ୍ଦ କରାଯିବ। ଗତବର୍ଷ ଉକ୍ତ ଘାଟରେ ଗାଧୋଉ ଥିବାବେଳେ ୨ଜଣଙ୍କ ମୃତ୍ୟୁ ଘଟିଥିଲା । ଘାଟ ନିକଟରେ ପର୍ଯ୍ୟାପ୍ତ ଆଲୋକର ବ୍ୟବସ୍ଥା ସହ ଅଗ୍ନିଶମ, ଓଡ୍ରାଫ୍‌ ଓ ପୋଲିସ ଟିମ୍‌ ମୁତୟନ କରାଯିବ । ସେହିପରି ପାହାଡ଼ ତଳେ ଭୋଜି କରୁଥିବା ଲୋକଙ୍କଠାରୁ ଫି ଆଦାୟ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଫି’ ବାବଦରେ ଲୋକଙ୍କୁ ରସିଦ ଦେବା ବାଧ୍ୟତାମୂଳକ କରାଯାଇଛି ।
ଏଥିସହ ସଫେଇ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ । ଯାତ୍ରା ବେଳେ ମୋବାଇଲ ଟଏଲେଟ ଏବଂ ପାଣିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଇଳା ପକାଇଲେ ପୋଲିସ ଓ ତହସିଲଦାର ସମ୍ପୃକ୍ତଙ୍କ ବିରୋଧରେ ମାମଲା ଦାଏର କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ କହିଛନ୍ତି । ମଙ୍ଗଳବାରଗୁଡ଼ିକ ମନ୍ଦିର ନିକଟ ଅଞ୍ଚଳରେ ୨୪ ଘଣ୍ଟା ମଦ ଦୋକାନ ବନ୍ଦ ରହିବ।
ଏକ ଏନଫୋର୍ସ ଟିମ୍‌ ମଧ୍ୟ ମୁତୟନ ହେବେ। ସିସି କ୍ୟାମେରା ଲାଗିବ, ଟ୍ରାଫିକ୍‌, ଆଇନଶୃଙ୍ଖଳା ବ୍ୟବସ୍ଥା ଉନ୍ନତଧରଣର କରିବାକୁ କୁହାଯାଇଛି ଡାକ୍ତରଙ୍କ ସହ ଫାଷ୍ଟଏଡ୍‌ ବ୍ୟବସ୍ଥା ମଧ୍ଯ ହେବ । ଏହି ପ୍ରସ୍ତୁତି ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମନ୍ଦିର ପରିଚାଳନା କମିଟିର ସମ୍ପାଦକ ପ୍ରମୋଦ ପଣ୍ଡା, ମନ୍ଦିର ନିର୍ବାହୀ ଅଧିକାରୀ ଆଇନଜିବୀ ଟି. କେ. ରେଡ୍ଡୀ, ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ, ତହସିଲଦାର ଅରୁଣ କୁମାର ନାୟକ, ବିଡିଓ ସୀମାଞ୍ଚଳ ମହାନ୍ତି, ପୁରୁଷୋତ୍ତମପୁର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

S

Leave A Reply

Your email address will not be published.

one × 1 =