ଜୁଲାଇ ୩୧ ପର୍ଯ୍ୟନ୍ତ ଗଞ୍ଜାମରେ ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଇଲା ଜିଲ୍ଲା ପ୍ରଶାସନ, ଟ୍ୱିଟ଼୍ କରି ସୂଚନା ଦେଲେ ଜିଲ୍ଲାପାଳ।
ଗଞ୍ଜାମ, (LR NEWS ଟୁକୁନା ପ୍ରଧାନ, ୦୨.୦୭.୨୦୨୦) – :ଗଞ୍ଜାମରେ କରୋନା ଭାଇରସ ର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ । କୃଷି, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ଯାନବାହାନ ଚଳାଚଳକୁ ଅନୁମତି ଦିଆଯିବ ।ଏଥି ନିମନ୍ତେ ଉପଯୁକ୍ତ ପରିଚୟ ପତ୍ର ଥିବା ଦୁଇ ଚକିଆ ଯାନର ଚାଳକଙ୍କୁ ଅନୁମତି ଦିଆଯିବ ବୋଲି ଜଣାଯାଇଛି। ଜିଲ୍ଲାପାଳ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ଏବଂ ଏକରୁ ଅଧିକ କିଲୋମିଟର ରାସ୍ତା ଯାତ୍ରା ନ କରିବାକୁ ଅନୁରୋଧ କରିଛନ୍ତି। ବରିଷ୍ଠ ନାଗରିକମାନେ ଘରେ ରହିବା ଜରୁରୀ ବୋଲି ସେ କହିଛନ୍ତି। ଅତି ଜରୁରୀକାଳୀନ ପରିସ୍ଥିତି ନ ହେଲେ ବାହାରକୁ ବାହାରନ୍ତୁ ନାହିଁ ।କେବଳ ଘରେ କିମ୍ବା ଆପଣଙ୍କ କର୍ମକ୍ଷେତ୍ରରେ ରୁହନ୍ତୁ ।ସାମାଜିକ ଦୂରତା ଅବଲମ୍ବନ କରନ୍ତୁ, ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଟୁଇଟ୍ କରି ପରାମର୍ଶ ଦେଇଛନ୍ତି ।