Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଭ୍ଯାନ ରେ କ୍ଷୀର ଲେଖା ଯାଇଥିଲା, ଯାଉଥିଲା ଗୋମାଂସ ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୨୧.୦୬.୨୦୨୦) – : କ୍ଷୀର ଗାଡ଼ିରେ ଚାଲାଣ ହେଉଥିଲା ଗୋମାଂସ । ଏନେଇ ସୂଚନା ପାଇ ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀମାନେ କ୍ଷୀର ଭ୍ୟାନକୁ ପିଛା କରି କାବୁ କରିଛନ୍ତି। ଆଉ ଏହି ଭ୍ୟାନ୍‌ରେ ଥିବା  ପ୍ରାୟ ୧ ହଜାରରୁ ଅଧିକ ପ୍ୟାକେଟ ଗୋ ମାଂସକୁ ଆନ୍ଧ୍ର ପ୍ରଦେଶର ଇଚ୍ଛାପୁରମ ପୁଲିସ୍‌ ଜବତ କରିଛି। ଏହି ଘଟଣାରେ ଡ୍ରାଇଭରକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଟ୍ରକଟି ପଶ୍ଚିମବଙ୍ଗରୁ ଗୋ ମାଂସ ନେଇ ଚେନ୍ନାଇ ଯାଉଥିଲା ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ଆଜି ସକାଳେ ଏକ ଟ୍ରକ୍‌ରେ ଗୋ ମାଂସ ଚାଲାଣ ହେଉଥିବା ନେଇ ‌ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀମାନେ ଖବର ପାଇଥିଲେ। ଗାଡ଼ିଟି ଏନଏଚ୧୬ ଦେଇ ଆନ୍ଧ୍ରପ୍ରଦେଶ ଆଡ଼କୁ ଯାଉଥିବା ସେମାନେ ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ଟ୍ରକ୍‌ର ପିଛା କରିଥିଲେ। ଏଥିସହ ସେମାନେ ଗୋଳନ୍ଥରା ଥାନା ପୁଲିସକୁ ବି ଖବର ଦେଇଥିଲେ। ହେଲେ ପୁଲିସ୍ ଗାଡ଼ିଟିକୁ ଧରିବାରେ ସଫଳ ହୋଇପାରି ନଥିଲା। ବଜରଙ୍ଗ ଦଳ କର୍ମୀମାନେ ପିଛା କରି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପୁରୁଷୋତ୍ତପୁର ଠାରେ ଗାଡ଼ିଟିକୁ କାବୁ କରିଥିଲେ। ଏନେଇ ଖବର ପାଇ ଆନ୍ଧ୍ରର ଇଚ୍ଛାପୁର ପୁଲିସ ସେଠାରେ ପହଞ୍ଚି ଗାଡ଼ିଟିକୁ ଜବତ କରିଥିଲା। ଗାଡ଼ି‌ ଭିତରେ ପ୍ରାୟ ୧ ହଜାରରୁ ଅଧିକ ପ୍ୟାକେଟ ଗୋ-ମାଂସ ଥିଲା ।

Leave A Reply

Your email address will not be published.

4 × 3 =