ଗଞ୍ଜାମ, (ଟୁକୁନା ପ୍ରଧାନ, ୧୭.୦୬.୨୦୨୦) – : ଆଜି ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୂଲାଙ୍ଗେ କୋଦଳାର ବସଷ୍ଟାଣ୍ଡ ଚାରିଛକ ଠାରେ ପହଞ୍ଚି କିଛି ସମୟ ସେଠାରେ ଉପସ୍ଥିତ ରହି ବିଭିନ୍ନ ଦୋକାନ ବଜାର ସଫେଇ, ମାସ୍କ ପିନ୍ଧିବା , ସାମାଜିକ ଦୂରତା ବଜାୟ ରହୁଛି ନା ନାହିଁ ଦେଖିଥିଲେ ।ଏନଏସି ତରଫ ରୁ କରୋନାସଂକ୍ରମଣ ସମ୍ପର୍କ ମାଇକ ପ୍ରଚାର ଗାଡି ବୁଲୁଥିବା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ ।
ପରେ ପରେ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର (MCC),ବର୍ଯ୍ୟବସ୍ତୁ ପୁନରୁଦ୍ଧାର ସୁବିଧାଗ୍ରୁହ(MRF )ପରିଦର୍ଶନ କରି ଖୁଶି ବ୍ୟକ୍ତ କରିଥିଲେ ଏବଂ ଏନଏସି ପ୍ରଶାସନ କୁ ସାବାସୀ ଦେଇଥିଲେ । ପରିଶେଷରେ ନିର୍ବାହି ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ସହିତ ବିସ୍ତ୍ରୁତ ଆଲୋଚନା କରି କବିସୂର୍ଯ୍ୟନଗର ଅଭିମୁଖେ ଯାଇଥିଲେ ।ଏହି ଗସ୍ତ କାର୍ଯକ୍ରମ ସମୟ ରେ ଏନଏସି କର୍ମକର୍ତ୍ତା କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା, ସାନିଟେସନ ଏକ୍ସପୋର୍ଟର ଚନ୍ଦ୍ର ମାରାଣ୍ଡି ,ସ୍ୱପ୍ନ କୁମାର ସାହୁ , ଦ୍ଵାରୀକା ନାଥ ପାଢ଼ୀ ,ଧୀରଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।