ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୫.୦୬.୨୦୨୦) – : ଦୀର୍ଘ ଦିନ ଧରି ନ୍ୟାୟ ପାଇଁ ଥାନା ଠାରୁ ଆରମ୍ଭ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ବୁଲି ବୁଲି ନୟାନ୍ତ ହୋଇଥିବା ଏହି ବିବାହିତ ମହିଳା ଜଣଙ୍କୁ ନିଜ ଶ୍ବଶୁର ଘର କାହିଁକି ବୋହୂର ଅଧିକାର ଦେଉନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇ ତିନି ସନ୍ତାନକୁ ନେଇ ଧାରଣାରେ ବସିଛନ୍ତି । ନିଜ ସ୍ବାମୀ ମଧ୍ୟ ଆସି ପତ୍ନୀଙ୍କ ସହ ସାମିଲ ହେବା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ପରେ ଶ୍ବଶୁର ଘର ପରିବାର ଘରକୁ ନେବାକୁ ଅରାଜି ହେବାରୁ ଶେଷରେ ସ୍ଥାନୀୟ କେତେକ ସ୍ବେଚ୍ଛାସେବୀ ଏଥିରେ ହସ୍ତକ୍ଷେପ ପରେ ଥାନାରେ ପହଞ୍ଚିଥିଲା ପରିବାର ।
ଧୁ ଧୁ ଖରା…କୋଳରେ ରହିଥିବା ଚାରି ମାସର କୁନି ଶିଶୁ ଭୋକରେ ହେଉଥିଲା ଆଉଟୁ ପାଉଟୁ କେତେବେଳେ ଭୋକ ଯୋଗୁଁ କ୍ରନ୍ଦନ କରୁଥିଲେ ଆଉ କେତେବେଳେ ଶୋଇ ପଡୁଥିଲେ । ଏପରିକି ମାଆ ପାଖରେ ବସିରହିଥିଲେ ଦୁଇ ବର୍ଷର ଏବଂ ୧୦ ବର୍ଷର ଦୁଇ ଶିଶୁ ପୁତ୍ର । ସମସ୍ତେ ନିଜ ଘର ସମ୍ମୁଖରେ ହିଁ ବସିଥିଲେ ଧାରଣାରେ । ଶ୍ବଶୁର ଘରେ ପ୍ରବେଶ ପାଇଁ ଦାବି କରି ତିନି ସନ୍ତାନକୁ ନେଇ ବ୍ରହ୍ମପୁର ସହରର ପାଣିଗ୍ରାହୀ ନଗର ସାହିରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ୨୦୦୯ ମସିହା ଫେବୃୟାରୀ ୧୪ ତାରିଖରେ ବୈଦିକ ରୀତିନୀତିରେ ବିବାହ କରିଥିବା ଆରତୀ ପାଣିଗ୍ରାହୀ ନାମକ ଏହି ମହିଳା ଜଣଙ୍କୁ ଆଜି ପର୍ଯ୍ୟନ୍ତ ନିଜ ଶ୍ବଶୁର ଘର ପକ୍ଷରୁ କୌଣସି ସହାୟତା କରୁନଥିବା ବେଳେ ନିଜର ସ୍ବାମୀ ମଦ୍ୟପାନ କରି ମାଡ ମାରୁଥିବା କହିଛନ୍ତି । ବ୍ରହ୍ମପୁର ସହରରେ ଘର ଭଡା ନେଇ ରହୁଥିଲେ ମଧ୍ୟ ଗତ ସାତ ମାସ ମଧ୍ୟରେ ଘରଭଡା ଦେଇପାରିନଥିବା ଏବଂ ନାନା ସମସ୍ୟା ମଧ୍ୟରେ କାଳତିପାତ କରୁଥିଲେ ମଧ୍ୟ ଗୁହାରି ଶୁଣିବାକୁ କେହିନାହାନ୍ତି ବୋଲି କହିଛନ୍ତି ସେପଟେ ଆରତୀ ଧାରଣାରେ ବସିଥିବା ନେଇ ଖବର ପାଇବା ପରେ ସ୍ଥାନୀୟ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପହଞ୍ଚି ଶଶୁର ଘର ପରିବାର ସହିତ ଆଲୋଚନା କରିଥିଲେ । ହେଲେ ଶାଶୁ ଘର ପରିବାର ବର୍ଗ ପକ୍ଷରୁ ନିଜ ବୋହୁ ସମସ୍ତେ ନାତି ନାତୁଣିଙ୍କୁ ଘର ମଧ୍ୟକୁ ନେବା ପାଇଁ ଅରାଜି ହେବାରୁ ଦୀର୍ଘ ସମୟ ଧରି ଘର ବାହାରେ ହିଁ ବସି ରହିଥିଲେ ଆରତୀ ଏବଂ ତାଙ୍କ ପରିବାର । ପୂର୍ବରୁ ଆରତୀ ନିଜର ଦୁଃଖ ଜଣାଇ ଏପରି ଅନେକ ବାର ସ୍ଥାନୀୟ ବଡବଜାର ଥାନା ଠାରୁ ଆରମ୍ଭ କରି ପୋଲିସ ମୁଖ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇଛନ୍ତି । ତିନି ତିନୋଟି ସନ୍ତାନକୁ ନେଇ ଅନେକ ଦୁଃଖ କଷ୍ଟରେ ସେମାନଙ୍କ ପେଟରେ ଆହାର ଯୋଗାଇବା ପାଇଁ ଉଦ୍ୟମ ଜାରି ରଖିଥିବା ମହିଳା ଜଣଙ୍କ ନ୍ୟାୟ ପାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।
ପୁଣି ଥରେ ମହିଳା ଜଣଙ୍କୁ ନେଇ ଅନୁଷ୍ଠାନର ପ୍ରତିଷ୍ଠାତା ଶିବ ଶଙ୍କର ଦାଶ୍ ,ସୌମ୍ୟକାନ୍ତ ମହାପାତ୍ର , ରାହୁଲ୍ ସୁବୁଦ୍ଧି , ରାଜ୍ କମଳ ସୁବୁଦ୍ଧି ସ୍ଥାନୀୟ ବଡବଜାର ଥାନାର ଦ୍ବାରସ୍ଥ ହୋଇଥିଲେ । ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ ଭୂପତି ସାର୍ ଙ୍କ ଉପସ୍ଥିତ ରେ ଏକ ସାଧା ପେପର୍ ରେ ଚୁକ୍ତିନାମା କରାଗଲା ଯେ ଶାଶୂ ଘର ଲୋକ ତାଙ୍କୁ ପ୍ରତ୍ୟେକ ମାସରେ ଘରଭଡା ବାବଦକୁ ୧୫୦୦ ସହ ଟଙ୍କା ଦେବେ ଏବଂ ୬ ରୁ ୮ ମାସ ମଧ୍ୟରେ ଘର ବିକ୍ରି କରି ସମାନ ଭାବରେ ଭାଗର ଟଙ୍କା ଦେବେ । ଏବଂ ଉଭୟ ପକ୍ଷରୁ ଦିଆଯାଇ ଥିବା ସମସ୍ତ ଅଭିଯୋଗ ଖଣ୍ଡନ କରିବେ । କିନ୍ତୁ ଏବେବି ଅପେକ୍ଷା କେବେ ମିଳିବ ଏହି ମହିଳାଙ୍କୁ ନ୍ୟାୟ ଏବଂ ସେ କେବେ ପାଇବେ ତାଙ୍କର ଅଧିକାର ତାହା ଦେଖିବାକୁ ବାକି ରହିଲା