Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବାଣପୁର ରେ ପୁନଃ ଗଠିତ ହେଲା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର।

ଗଞ୍ଜାମ , ( LR NEWSଟୁକୁନା ପ୍ରଧାନ , ୧୫.୦୬.୨୦୨୦) – : ଦୀର୍ଘଦିନ ହେବ ବାଣପୁର ବ୍ଲକ କୃଷି କାର୍ଯ୍ୟାଳୟ “ଆତ୍ମା” ର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା |ଗତକାଲି ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଙ୍କ ପ୍ରଚେଷ୍ଟା ଫଳରେ ବ୍ଲକସ୍ତରୀୟ ଉପଦେଷ୍ଟା କମିଟି “ଆତ୍ମା” ଗଠନ ଓ ଅଧକ୍ଷ ଚୟନ ହୋଇଯାଇଛି | ସର୍ବସମ୍ମତ କ୍ରମେ ସୁକାନ୍ତ କୁମାର ବିଶୋଇ ଙ୍କ “ଆତ୍ମା” ର ଅଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବୋଲିସୂଚନା ମିଳିଛି |ଏତଦ୍ୱାରା ଆଗାମୀଦିନରେ ବାଣପୁର ବ୍ଲକରେ ବିଭିନ୍ନ କୃଷିଭିତ୍ତିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଖୋର୍ଦ୍ଧା ଶ୍ରୀଯୁକ୍ତ ଭାସ୍କରଚନ୍ଦ୍ର ବାରିକା, କୃଷି ଜିଲ୍ଲା ଅଧିକାରୀ ଦୁର୍ଯ୍ୟୋଧନ ଷଡ଼ଙ୍ଗୀ |

ବ୍ଲକ କୃଷି ଅଧିକାରୀ, ଅଜୟ କିଶୋର କର , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରଂଜିତା ସେଠି, ସହକାରୀ କୃଷି ଅଧିକାରୀ ମୋନାଲିସା ମିଶ୍ର, ମତ୍ସ୍ୟ ଅଧିକାରୀ ପର୍ଶୁରାମ ଶବର, OLM ଅଧିକାରୀ ପୁନମପ୍ରିତମ ହୋତା, ଉଦ୍ୟାନ ବିଭାଗ ଅଧିକାରୀ ଅର୍ଣ୍ଣପୂର୍ଣ୍ଣା ମହାରଣା ସମେତ ଆତ୍ମା ର ସମସ୍ତ କର୍ମକର୍ତ୍ତା ଓ ବ୍ଲକ ର ଅଧିକାରୀ ମାନେ ଉପସ୍ଥିତ ଥିଲେ | .

Leave A Reply

Your email address will not be published.

3 × two =