Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଶୋଚନୀୟ ଅବସ୍ଥାରେ ବାଣପୁର-ବାଲେଡିହ ପୁରୁଣା ରାସ୍ତା ।

ଗଞ୍ଜାମ , ( LR NEWS ଟୁକୁନା ପ୍ରଧାନ , ୧୪.୦୬.୨୦୨୦) – :ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭବାନୀପୁର ପଞ୍ଚାୟତର ନାରାୟଣପୁର ମୌଜାର ପୁରାତନ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ବାଣପୁରରୁ ବାଲେଡିହ ପର୍ଯ୍ୟନ୍ତ ୩ କିମି ଦୀର୍ଘ ବିଶିଷ୍ଟ ଏହି ରାସ୍ତାଟି ଖାଲ ଖମାରେ ଭର୍ତ୍ତି ହୋଇଥିବା ବେଳେ ଅସରାଏ ବର୍ଷା ହେଲେ ଏହା ଉପରେ ଚାଲି କରି ଯିବା ମଧ୍ୟ ଅସମ୍ଭବ। ୧୫ ବର୍ଷରୁ ଅଧିକ ସମୟ ଧରି ରାସ୍ତାର ମରାମତି ହୋଇନଥିବା ବେଳେ ୫ ବର୍ଷ ତଳେ କେବଳ ମୋରମ ପଡିଥିଲା। ବାଣପୁର ବଜାର ନିକଟରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ ଏହି ରାସ୍ତାଟି ଅତୀତରେ ଭବାନୀପୁର ପଞ୍ଚାୟତର ମୁଖ୍ୟ ରାସ୍ତା ଭାବରେ ବ୍ୟବହୃତ ହେଉଥିଲା। ସବ୍‌ଜେଲ୍‌ ନିକଟରେ ନୂତନ ରାସ୍ତା ନିର୍ମାଣ ପରେ ପଞ୍ଚାୟତର ଅଧିକାଂଶ ଗ୍ରାମବାସୀ ନୂତନ ରାସ୍ତାକୁ ବ୍ୟବହାର କରୁଛନ୍ତି। ତେବେ ପୁରାତନ ରାସ୍ତାକୁ ବ୍ୟବହାର କରୁଥିବା ୫୦ ରୁ ଅଧିକ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଖରାପ ରାସ୍ତା ନେଇ ଦୀର୍ଘଦିନ ଧରି ନାରାୟଣପୁର ମୌଜା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ସେହିପରି ଚଳିତ ସାଧାରଣ ନିର୍ବାଚନରେ ଏହି ରାସ୍ତା ନିର୍ମାଣ ନେଇ ସମସ୍ତ ରାଜନୈତିକ ଦଳର ନେତାଙ୍କ ଠାରୁ ଅନେକ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। ସେହିପରି ଭବାନୀପୁର ପଞ୍ଚାୟତର ସରପଞ୍ଚ ରୀନା ଦେଈ, ସରପଞ୍ଚ ପ୍ରତିନିଧି ନାରାୟଣ ସାହୁ ଏବଂ ନାଏବ ସରପଞ୍ଚ ଦେବବ୍ରତ ବଡ଼ଜେନାଙ୍କ ନିକଟରେ ନିୟମିତ ଭାବରେ ରାସ୍ତାକୁ ନେଇ ଅଭିଯୋଗ କରାଯାଉଥିଲେ ମଧ୍ୟ ସେମାନେ ଏହା ପ୍ରତି କର୍ଣ୍ଣପାତ କରୁନାହାନ୍ତି। ବର୍ତ୍ତମାନ ସୁଦ୍ଧା ବର୍ଷାଋତୁ ଆସିନଥିବା ବେଳେ ଅସରାଏ ବର୍ଷାରେ ରାସ୍ତାର ଏପରି ଅବସ୍ଥା ହୋଇଥିବା ବେଳେ ଅଧିକ ବର୍ଷାରେ ରାସ୍ତାର ଅବସ୍ଥା ସହଜେ ଅନୁମେୟ। ତେଣୁ ବର୍ଷା ଋତୁ ପୂର୍ବରୁ ରାସ୍ତା କାମ କରିବା ପାଇଁ ଦାବି କରାଯାଇଛି। ଏହି ଘଟଣାରେ ନାରାୟଣ ପୁର ମୌଜା ଗ୍ରାମର ବ୍ୟକ୍ତିବିଶେଷ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ବ୍ଲକ୍‌ ଘେରାଉର ଧମକ ଦେଇଛନ୍ତି।

Leave A Reply

Your email address will not be published.

15 + 18 =