Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସୁରତରୁ ଫେରିଥିବା ଶ୍ରମିକଙ୍କୁ ବୁଝାଇବା ପାଇଁ ଗଂଜାମ ପହଂଚିଲେ ଗୁଜୁରାଟ ଓଡିଆ ସମାଜର କର୍ମକର୍ତ୍ତାମାନେ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୦.୦୬.୨୦୨୦) – :କରୋନା ଭାଇରସ ର ଭୟ ଓ କଳ କାରଖାନା ବନ୍ଦ ହୋଇଯିବା ପରେ ବହୁତ ବାଧା ବିଘ୍ନ ଦେଇ ଘରେ ପହଁଚିଥିବା ଶ୍ରମିକଙ୍କୁ ବୁଝାଇବାକୁ ଗଂଜାମ ଆସିଛନ୍ତି ଗୁଜରାଟରେ କାମ କରୁଥିବା ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର କର୍ମକର୍ତ୍ତା ମାନେ । ଗଂଜାମ ଜିଲ୍ଳାର ବେଗୁନିଆପଡ଼ା ଓ ଖଲ୍ଲିକୋଟ ବ୍ଲକ ଅଂଚଳରେ ଗାଁ ଗାଁ ବୁଲି ସୁରତରୁ ଫେରିଥିବା ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି ।ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର କର୍ମକର୍ତ୍ତାମାନେ ଶ୍ରମିକଙ୍କୁ ବୁଝାଉଛନ୍ତିି ଯେ ଏଥର ସୁରତ ଫେରିଲେ ଯେଭଳି କିଛି ସମସ୍ୟା ହେବନାହିଁ, ସେ ଦିଗରେ ଉଭୟ କାରଖାନା ମାଲିକ, ଓଡ଼ିଶା ଓ ଗୁଜରାଟ ସରକାର ଏ ନେଇ ଶ୍ରମିକଙ୍କ କଥା ବୁଝିବା ଦରକାର । ଯେପରିକି ଇପିଏଫ୍, ଇଏସଆଇ ଓ ଜବ୍ ଗ୍ୟାରେଂଟି ଦେଲେ ଯାଇ ଶ୍ରମିକମାନେ ଫେରିବା କଥା ଚିନ୍ତା କରିବେ । ସରକାର ଶ୍ରମିକଙ୍କର ପଂଜିକରଣ କରନ୍ତୁ ଏବଂ ସୁରତରେ କିଛି ଅଫିସରଙ୍କୁ ନିଯୁକ୍ତି କରନ୍ତୁ ଓଡ଼ିଶା ସରକାର ।ଏପଟେ ବିନା ସର୍ତରେ ସୁରଟ ଫେରିବାକୁ ମନ ବଳାଉ ନାହାଁନ୍ତି ଶ୍ରମିକମାନେ ।

କରୋନା ବିପଦ ବେଳେ କଂପାନୀ ସେମାନଙ୍କୁ ସାହାଯ୍ଯ ସହଯୋଗ କରିନଥିଲା । ଏବେ କାରଖାନା ଖୋଲିବା କଥା ଆସିବାରୁ ଶ୍ରମିକଙ୍କ କଥା ମନେ ପଡିଛି କଂପାନୀ ମାଲିକଙ୍କର । କିନ୍ତୁ ପ୍ରବାସୀ ଶ୍ରମିକଙ୍କ ଦାବି ପ୍ରଥମେ ପଂଜିକରଣ କର, ବୀମାଭୁକ୍ତ କର, ଚାକିରିର ଗ୍ୟାରେଂଟି ଦିଅ, ଏହା ପରେ ଫେରିବୁ ସୁରତକୁ । ନହେଲେ ରାଜ୍ୟ ସରକାର ସେମାନଙ୍କୁ କାମ ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରବାସୀ ଶ୍ରମିକ ।  ଗଂଜାମ ଜିଲ୍ଲାରୁ ଲକ୍ଷ ଲକ୍ଷ ଶ୍ରମିକ ସୁରତର ସୂତାକଳ ଓ ଅନ୍ୟାନ୍ୟ କଂପାନୀରେ କାମ କରିଥାନ୍ତି । ହେଲେ କାହା ପାଖରେ ସେମାନଙ୍କର ହିସାବ ନାହିଁ । ଓଡ଼ିଶା ସରକାର ସେମାନଙ୍କର ହିସାବ ରଖିଛନ୍ତି, ନା ହିସାବ ରଖିଛନ୍ତି ଗୁଜରାଟ ସରକାର ।

Leave A Reply

Your email address will not be published.

five + ten =