Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ପୁଣି କରୋନା ପଜିଟିଭ୍ ହେଲେ କରୋନା ଯୋଦ୍ଧା: ନୟାଗଡର ଡାକ୍ତର ଓ ନର୍ସଙ୍କୁ କରୋନା

ନୟାଗଡ :(LR NEWS 9/6) ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଏବଂ ଜଣେ ଷ୍ଟାଫ୍‌ ନର୍ସ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ସୋମବାର ବିଳମ୍ବିତ ରାତିରେ ଜଣାପଡିଛି । ଏହି ଦୁଇ ମେଡିକାଲ ଷ୍ଟାଫଙ୍କ ସହ ରଣପୁର ଅଞ୍ଚଳର ଜଣେ ପ୍ରବାସୀ ମଧ୍ୟ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ସୂଚନା ଦେଇଛନ୍ତି । ପୂର୍ବରୁ ଏମାନଙ୍କ ସ୍ୱାବ ନମୁନା ପରୀକ୍ଷା ନିମନ୍ତେ ପଠା ଯାଇଥିଲା ବେଳେ ଗତକାଲି ଏମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଏହି ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି ।  ପୂର୍ବରୁ ମଧ୍ୟ ଜଣେ ନର୍ସ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତାଙ୍କ ବର୍ତ୍ତମାନ ଚିତ୍କିସା ଜାରି ରହିଛି । ପୂର୍ବରୁ ତିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ନର୍ସଙ୍କ ସଂସ୍ପର୍ଶରେ ଆସି ଏହି ଦୁଇ ଜଣ ମେଡିକାଲ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ନିକଟରେ ରାଉରକେଲା ସରକାରୀ ହସ୍ପିଟାଲର ମଧ୍ୟ ଦୁଇଜଣ ଆରଜିଏଚ ଡାକ୍ତରଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା।

Leave A Reply

Your email address will not be published.

5 × one =