ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ , ୩୧.୦୫.୨୦୨୦) – : ବାହାର ରାଜ୍ୟରୁ ବେଗୁନିଆପଡା ବ୍ଲକକୁ ଆସୁଥିବା ଓଡ଼ିଆ ମାନଙ୍କୁ ବିଭିନ୍ନ ସଂଗରୋଧ କେନ୍ଦ୍ରକୁ ପଠାଇବା ପର୍ଯ୍ୟନ୍ତ ଏବଂ ବିଳମ୍ବିତ ରାତ୍ରରେ ଆସୁଥିବା ପ୍ରବାସି ଓଡ଼ିଆଙ୍କ ରହଣୀ ପାଇଁ ଏକ ଅସ୍ଥାୟୀ ଆଶ୍ରୟ କେନ୍ଦ୍ର ନିର୍ମାଣ କରାଯାଇଛି । ଏହାକୁ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତରେ କୋଦଳ। ତହସିଲଦାର ପ୍ରଭାତ କୁମାର ପରିଡ଼ା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହିସମୟରେ କୋଦଳ ଥାନା ଅଧିକାରୀ ଦେବାଶିଷ ମହାନ୍ତି, ବି ଡି ଓ ବେଦବର ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରାଙ୍କ ସମେତ ବ୍ଲକ କର୍ମଚାରୀ,ସ୍ଵେଚ୍ଛାସେବୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ ।