Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସଂଗରୋଧ କେନ୍ଦ୍ର ପରିବେଶ ସଫା କରି ଉଦାହରଣ ପାଲଟିଲେ ପ୍ରବାସୀ ଯୁବକ ମାନେ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୭.୦୫.୨୦୨୦) – : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଭାବରଡା ପଞ୍ଚାୟତ ଲୁଣିଆ ପୋଡ଼ା ରେ ହୋଇଥିବା ସଙ୍ଗରୋଧ ଗୃହ ପ୍ରବାସୀଙ୍କ ଉଚ୍ଚ ଚିନ୍ତାଧାରା ସବୁଜ ପରିବେଶମୟ ସାଙ୍ଗକୁ ସ୍ଵଚ୍ଛ ହୋଇଯାଇଛି । ସେଠାରେ ରହୁଥିବା ଅନ୍ତେବାସୀ ବିଭିନ୍ନ ଅଞ୍ଚଳର ହୋଇଥିଲେ ମଧ୍ୟ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ହୋଇ କରୋନା ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ସଙ୍ଗରୋଧ ଗୃହରେ ରହି ସରକାରଙ୍କୁ ସହଯୋଗ କରୁଛନ୍ତି । ବିଭିନ୍ନ ରାଜ୍ୟରୁ ଦାଦନ ଖଟି ପ୍ରବାସୀ ଶ୍ରମିକ ଭାବେ ଏଠାରେ ରହି ଭିନ୍ନ ଭିନ୍ନ ସ୍ଥାନର ହୋଇଥିଲେ ବି ନିଜ ଘର ଭାବି ସଙ୍ଗରୋଧ ଗୃହର ସବୁ କାମ ଖୁସିରେ କରୁଥିବା ଜଣାଯାଇଛି । ପ୍ରବାସୀ ମାନେ ହାତରେ, କୋଡ଼ି, କୋଦାଳ ଧରି ବିଦ୍ୟାଳୟ ପରିସର ସଫା କରିବା ସହ ବିଭିନ୍ନ ଗଛର ଯତ୍ନ ମଧ୍ଯ ନେଉଛନ୍ତି । ଏହି ପ୍ରବାସୀମାନଙ୍କ ଜୀବନଶୈଳୀ ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ହୋଇପାରେ ବୋଲି ସାଧାରଣରେ ରେ ଆଲୋଚନା ଚାଲିଛି । ଶଙ୍କର୍ଷଣ ପ୍ରଧାନ ଙ୍କ ନେତୃତ୍ୱରେ ବିଚିତ୍ର ବିଷୋୟୀ, ଟିଟୁ ନାହାକ ଏବଂ ମନ୍ତ୍ରୀ ସାହୁ ସମେତ ଅନ୍ୟମାନେ ସାମିଲ୍ ଥିଲେ ।

Leave A Reply

Your email address will not be published.

9 − 4 =