Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଅବହେଳିତ ଆର ବି ଏସ କେ ଡ଼ାକ୍ତର।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୫.୦୫.୨୦୨୦) – : ବିଶ୍ୱ ମହାମାରି କୋଭିଡ୍ -୧୯ ର ମୁକାବିଲାରେ ଆଗଧାଡି ର ଯୋଦ୍ଧା ହୋଇ କାର୍ଯ୍ୟରତ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତର ଙ୍କୁ ସରକାର ଙ୍କ ଅଣଦେଖା,ସମସ୍ତ ଆୟୁଷ ଡାକ୍ତର ମାନଙ୍କୁ ନିରୂତ୍ସାହିତ କରିଛି ।ଜାତୀୟ ସ୍ୱାସ୍ଥ୍ୟ ମିଶନ ର ନିର୍ଦ୍ଦେଶିକା ଙ୍କ ନିର୍ଦ୍ଦେଶ ଅନୁସାରେ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତର ମାନେ, ପ୍ରଥମେ, ବିଦ୍ୟାଳୟ ଏବଂ ଛାତ୍ରାବାସ କୁ ଯାଇ ,ସେଠାରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ୍-୧୯ ରୋଗ ର ସଂକ୍ରମଣ, ଭୟାଭୟତା, ରୋଗ କୁ କିପରି ଦୁରେଇହେବ ଏବଂ ସମାଜ କୁ କିପରି,ଏହି ମହାମାରି କବଳ ରୁ ରକ୍ଷାକରି ହେବ ,ସେ ବିଷୟରେ ପ୍ରଚାର ଓ ପ୍ରସାର କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଲାବନ୍ଦ ଘୋଷଣା ହେଲା,ସେତେବେଳେ ଏହି ଆୟୁଷ ଡାକ୍ତର ଙ୍କୁ ସରକାର କୋଭିଡ୍-୧୯ ସମ୍ବନ୍ଧୀୟ ,ବିଭିନ୍ନ କାର୍ଯ୍ୟ ରେ ଲଗେଇ ଦେଇଛନ୍ତି , ଯେମିତିକି, ବିମାନ ବନ୍ଦର ,ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ୍, ରାଜ୍ୟ ର ସୀମାନ୍ତବର୍ତ୍ତୀ ରେ ଥିବା ସମସ୍ତ ଫାଟକ, ରେ ପ୍ରବାସୀ ଓଡିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସଂଘରୋଧ ଗୃହ ରେ ଥିବା ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମସ୍ତ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, କୋଭିଡ୍-୧୯ ରୋଗ ର ସଂନିରିକ୍ଷଣ ,ତାହା ପୁଣି ଅଳ୍ପ ପରିମାଣର ରକ୍ଷାକାରି ସଂରଯାମ ରେ ,ଏବଂ ଖୁସି ର ବିଷୟ ଏହିକି ଯେ ,ଏହି ଆୟୁଷ ଡାକ୍ତର ମାନେ ,ଆଜି ପର୍ଯ୍ୟନ୍ତ , ସରକାର ଙ୍କ ଦ୍ବାରା ଦିଆଯାଇଥିବା କାର୍ଯ୍ୟ କୁ ସୁଚାରୁରୂପେ ତୁଲାଇଛନ୍ତି ।କିନ୍ତୁ ବିଡମ୍ବନା ର ବିଷୟ ଏହିକି ଯେ ଏତେସବୁ କାର୍ଯ୍ୟ କଲା ପରେ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଆୟୁଷ ଡାକ୍ତର ଙ୍କୁ,ସରକାର ଘୋଷଣା କରିଥିବା କୌଣସି ପ୍ରକାର ସୁବିଧା ଦିଆଯାଉନାହିଁ। ରାଜ୍ୟ ସରକାର, ସ୍ୱାସ୍ଥ୍ୟ ସେବାରେ ଥିବା ଏଲୋପାଥିକ୍ ଡାକ୍ତର,ନିୟମିତ ଆୟୁଷ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଅଗ୍ରିମ ଚାରିମାସର ଦରମା ପ୍ରଦାନ କରିଥିବା ବେଳେ, ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତର ଙ୍କୁ, ଏଥିରୁ ବଂଚିତ କରାଯାଇଛି।

ସେହିପରି ସରକାର,କୋଭିଡ୍ ଯୋଦ୍ଧାଙ୍କ ପାଇଁ ଘୋଷଣା କରିଥିବା ଜୀବନ ବୀମା ରେ ,ଏମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି କି ନାହିଁ, ତାହା ମଧ୍ଯ ସଂଦେହ ଘେରରେ । ଆଜି ରାଜ୍ୟ ର ବିଭିନ୍ନ, ସୀମାନ୍ତବର୍ତ୍ତୀ ଫାଟକ, ସଂଘରୋଧ ଗୃହ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ୍, ବିମାନ ବନ୍ଦର, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟ କରୁଥିବା, ଶତକଡା ୯୯ ଭାଗ ଡାକ୍ତର ହେଉଛନ୍ତି, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଆୟୁଷ ଡାକ୍ତର ,କିନ୍ତୁ ଦୁଃଖ ର ବିଷୟ ,ରାଜ୍ୟ ସରକାର, ଏହି ଡାକ୍ତର ମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରିଛନ୍ତି । ରାଜ୍ୟ ସରକାର କୋଭିଡ୍-୧୯ ମହାମାରି ର ମୁକାବିଲା ପାଇଁ,ଅଭିଜ୍ଞତା ନଥିବା, ନୂତନ ଚୁକ୍ତି ଭିତ୍ତିକ ଆୟୁଷ ଡାକ୍ତର ଙ୍କୁ ଦୌନିକ ୨୨୦୦(ମାସିକ ୬୬,୦୦୦ )ଟଙ୍କା ରଖିଛନ୍ତି କିନ୍ତୁ ଅନେକ କ୍ଷେତ୍ରରେ ଅଭିଜ୍ଞତା ଥିବା ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତର ଙ୍କୁ ଗୋଟିଏ ନିୟମିତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ କମ୍ ଦରମା ଦେଇ ଅପମାନିତ କରିଛନ୍ତି । ରାଜ୍ୟ ଦୀର୍ଘ ଛ ବର୍ଷ ରୁ ଊର୍ଦ୍ଧ୍ବ ସମୟ ହେବ, ଏହି ଆୟୁଷ ଡାକ୍ତର ମାନେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଉଦ୍ଦିଷ୍ଟ କାର୍ଯ୍ୟ ଛଡା,ପୁଷ୍ଟିକର ଦିବସ, ଟିକାକରଣ, ଯକ୍ଷ୍ମା ରୋଗ, କୁଷ୍ଠ ନିରାକରଣ, ମ୍ୟାଲେରିଆ ନିରାକରଣ, ବାତ ଜ୍ୱର,ମାନସିକ ରୋଗ ,ଜାତୀୟ କୃମି ନାଶକ ଦିବସ, ବିଭିନ୍ନ ମହାମାରି ଓ ପ୍ରାକୃତିକ ବିପର୍ଯ୍ୟୟରେ ସରକାରଙ୍କୁ ସହଯୋଗ କରିଆସୁଥିଲେ ସୁଧା, ସରକାର ଏମାନଙ୍କୁ ସାବତ ପୁଅ ଭଳି ବ୍ୟବହାର କରି, ଏମାନଙ୍କ ମନୋବଳ କୁ ଭାଙ୍ଗି ଦେଇଛନ୍ତି ଏବଂ ଏମାନଙ୍କୁ ଅନ୍ଧକାର ଠେଲି ଦେଇଛନ୍ତି।ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଏହି ଆୟୁଷ ଡାକ୍ତର ମାନଙ୍କୁ କରୋନା ପ୍ରୋତ୍ସାହନ ରାଶି ଦୈନିକ ୧୫୦୦ ଟଙ୍କା ଦେବା ପାଇଁ ସରକାର ଙ୍କ ପାଖେ ଦାବି କରିଛନ୍ତି। ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତର ସଂଘ ଗଂଜାମ ଜିଲ୍ଲା ତରଫରୁ ଉପରୋକ୍ତ ସମସ୍ତ ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଗଂଜାମ କୁ ପ୍ରଦାନ କରିଛନ୍ତି

Leave A Reply

Your email address will not be published.

sixteen − fifteen =