5T ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଆଜି ଗଞ୍ଜାମ ଜିଲ୍ଲା ଗ୍ରସ୍ତ ରେ ଆସି ବିଭିନ୍ନ ବ୍ଲକ ରେ କରୋନା ସମୀକ୍ଷା କରିଥିବାବେଳେ ଅପରାହ୍ନରେ କବିସୂର୍ଯ୍ୟନଗର ବ୍ଲକ ରେ ପହଁଞ୍ଚି ନିର୍ବାଚନମଣ୍ଡଳିର କରୋନା ସ୍ଥିତି ସମୀକ୍ଷା କରିଥିଲେ | କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ବିଡ଼ିଓ,ତହସିଲଦାର ଓ ସରପଞ୍ଚ ମାନଙ୍କ ସହ କରୋନା ସମ୍ପର୍କ ରେ ଆଲୋଚନା କରିଥିଲେ | ସାଙ୍ଗରୋଧ କେନ୍ଦ୍ର,ଖାଦ୍ୟ,ଚିକିତ୍ସା ଓ ପ୍ରବାସୀ ଙ୍କ ସୁରକ୍ଷା ଏବଂ ସେମାନଙ୍କ ସୁବିଧା ଅସୁବିଧା ଉପରେ ପଚାରି ବୁଝିଥିଲେ |ଏଥିସହ ସେଣ୍ଟରରେ ରହୁଥିବା ଛୋଟ ଶିଶୁଙ୍କୁ ଖାଦ୍ୟ ଦେବାପାଇଁ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ |ଆସିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ଲାଗି ଉପଯୁକ୍ତ ବ୍ୟବସ୍ତା କରିବା ପାଇଁ ଜିଲ୍ଲାପାଲଙ୍କୁ କହିଥିଲେ |ପ୍ରବାସୀ ଓଡ଼ିଆଙ୍କ କ୍ୱାରେନଟାଇନ ଅବଧି ସମ୍ପୂର୍ଣ୍ଣ ହେବାପରେ ସେମାନଙ୍କୁ 2ହଜାର ଟଙ୍କା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କହିଥିଲେ |ଏହାପରେ ସମସ୍ତ କ୍ୱାରେନଟାଇନ ସେଣ୍ଟରର ପରିଚାଳନ ଗତ ସମସ୍ୟା ଉପରେ ଉପସ୍ଥିତ ଅଧିକାରୀଙ୍କୁ ପଚାରିଥିଲେ |ସମସ୍ତ ଜନସାଧାରଣ ଘରେ ରୁହନ୍ତୁ ସରକାରଙ୍କ ନିୟମ ପାଳନ କରନ୍ତୁ ବୋଲି କହିଥିଲେ |ସଚିବଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ, SP ବ୍ରିଜେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ |