Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ମା ତାରିଣୀ ଯୁବଗୋଷ୍ଠୀ ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ।

ଗଞ୍ଜାମ , (୧୪.୦୫.୨୦୨୦, ଟୁକୁନା ପ୍ରଧାନ) – : ମହାମାରୀ କରୋନା ଯୋଗୁଁ ଫସି ରହିଥିବା ପ୍ରବାସୀ ଶ୍ରମିକ ଓ ଅସହାୟ ନିରୀହ ଗରିବ ଙ୍କ ପାଇଁ ଦେବଦୂତ ସାଜିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ର ମା ତାରିଣୀ ଯୁବଗୋଷ୍ଠି ର ଗୋବିନ୍ଦ ରେଡ୍ଡୀ,ରଂଜିତ ଦାସ,ଚିଣ୍ଟୁ ପ୍ରଧାନ,ଶଙ୍କର ପ୍ରଧାନ,ସୀତାଂଶୁ ପରିଡା, ରଂଜିତ ସାହୁ ଓ ସଚେତନ ନାଗରିକ ମଞ୍ଚ ର ସଦସ୍ୟ ପ୍ରସାଦ ପ୍ରଧାନ,ଗଣେଶ ପ୍ରଧାନ,ସୁକାନ୍ତ ମାଝୀ, କୃଷ୍ଣ ଚନ୍ଦ୍ର ବେହେରା ଏମାନେ ଜନତା କର୍ଫ୍ୟୁ ଠାରୁ ପ୍ରତ୍ୟେକ ଦିନ ୩୦୦ଲୋକଙ୍କୁ କିଛି ଦିନ ଶୁଖିଲା ଖାଦ୍ୟ ବଣ୍ଟନ କଲେ ଏବଂ ତାପରେ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି।

ରନ୍ଧା ଖାଦ୍ୟ ପରିବେଷଣ ର ଆଜି ୩୦ ତମ ଦିନରେ ସେମାନେ ଲୋକଙ୍କୁ ଭାତ, ଡାଲି ଓ ଚିକେନ ଖାଇବା ପାଇଁ ଦେଇଥିଲେ। ଆରମ୍ଭ ରୁ ନିଜ ନିଜ ପକେଟ ପଇସା ରେ ବାଣ୍ଟିଥିଲେ ଏବଂ ପରେ ସେମାନଙ୍କୁ କିଛି ବଦାନ୍ୟ ବ୍ୟକ୍ତି ସାହାଯ୍ୟ ର ହାତ ବଢାଇଥିଲେ ଯାହାଦ୍ୱାରା ସେମାନେ ଲକ ଡାଉନ ଶେଷ ପର୍ଯ୍ୟନ୍ତ ଏ କାର୍ଯ୍ୟ କୁ କରିବେ ବୋଲି ସ୍ଥିର କରିଛନ୍ତି । ଏହି ଦୁଇ ଅନୁଷ୍ଠାନ ର ଏହି ମହାନ କାର୍ଯ୍ୟ ପାଇଁ ଅଞ୍ଚଳ ବାସୀ ମାନେ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି

Leave A Reply

Your email address will not be published.

18 + eighteen =