Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ପର୍ଯ୍ୟଟନ ସ୍ଥଳ ପାନ୍ଥନିବାସ ମୁଖ୍ୟ ରାସ୍ତା ଅନ୍ଧାରରେ

ବାଲୁଗାଁ(LR NEWS) BISHNU, ତାରିଖ06।02।2020 ଖୋର୍ଦ୍ଧା ଜିଲ୍ଲା ବଡ଼କୁଳ ପାନ୍ଥ ନିବାସ ଦେଶରେ ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳ ହୋଇ ଥିବାରୁ ଶୀତ ଋତୁରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।ମା କାଳିଜାଇ ଓ ଚିଲିକା ପରିଭ୍ରମଣ ପାଇଁ ଆସୁଥିବା ପର୍ଯ୍ୟଟକ ବହୁ ଦୂରଦୂରାନ୍ତରୁ ଆସୁଥିବାରୁ ଏଠାରେ ରାତ୍ରି ଯାପନ କରିଥାନ୍ତି।କିନ୍ତୁ ସରକାରଙ୍କ ତରଫରୁ ଲକ୍ଷ ଲକ୍ଷ ଟଙ୍କା ଆଲୋକୀକରଣ ପାଇଁ ଆସୁଥିଲେ ମଧ୍ୟ ଏପ୍ରତି ପାନ୍ଥନିବାସ ବଡ଼କୁଳ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ବହୁଦିନ ଧରି ପାନ୍ଥନିବାସର ମୁଖ୍ୟ ରାସ୍ତା ଅନ୍ଧକାରରେ ପଡିଛି।ଯାହା ଫଳରେ ଦୂରଦୂରାନ୍ତରୁ ଆସୁଥିବା ପୁରୁଷ ଓ ମହିଳା ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଆଲୋକୀକରଣ ହେଇଥିଲେ ମଧ୍ୟ ଦୀର୍ଘ ଦିନ ହେଲା ବଡ଼କୁଳ ପାନ୍ଥନିବାସର ମୁଖ୍ୟ ରାସ୍ତା ଅନ୍ଧାରରେ ପଡ଼ିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଵିଷ୍ଣୁ ଖୁଣ୍ଟିଆ ବାଲୁଗାଁ

Leave A Reply

Your email address will not be published.

four × four =