ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୯.୦୫.୨୦୨୦) – : ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ବିଭିନ୍ନ ସଂଗରୋଧ ଗୃହରେ ରଖାଯାଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତିରିଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ସଂଗରୋଧ କେନ୍ଦ୍ରରେ ଥିବା ସମସ୍ତ ପ୍ରବାସୀଙ୍କୁ ଆଜି ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରାତଃରୁ ସମସ୍ତ ପ୍ରବାସୀ ଶୌଚ ସାରି ବିଦ୍ୟାଳୟର ଖେଳ ପଡିଆରେ ସାମାଜିକ ଦୂରତା ଅବଲମ୍ବନ କରି ଯୋଗ କରିଥିଲେ। ଜନତା ନୋଡ଼ାଲ ହାଇସ୍କୁଲ୍ ର ଖେଳ ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ସରପଞ୍ଚ ପ୍ରତିନିଧି ଅକ୍ଷୟ ପ୍ରଧାନ, ବ୍ଲକ ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା, ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ବୈଦ୍ଯ, ଶିକ୍ଷକ ପ୍ରମୋଦ ମୁନି, ଜୋସ୍ନା କୁମାରୀ ବେହେରା, ବାବୁଲା ସେଠି, ଅଙ୍ଗନବାଡି କର୍ମୀ ଲୀନା ଜେନା, ପ୍ରତିମା ମହାଙ୍କୁଡ, ଏ ଏନ୍ ଏମ୍ ଜୟନ୍ତୀ ମିଶ୍ର, ଆଶା କର୍ମୀ ଝିଲ୍ଲି ଭୂୟା, ପାଚିକା ବନିତା ପଲେଇ, ମମତା ଦାସ ପ୍ରମୁଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।