ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୮.୦୫.୨୦୨୦) – : କରୋନା ପାଇଁ ସାରାଦେଶ ତାଲାବନ୍ଦ ଥିବା ହେତୁ ଗୁଜୁରାଟ ରାଜ୍ୟ ସୁରାଟ ଠାରେ ଫଶି ରହିଛନ୍ତି ବହୁ ଓଡ଼ିଆ ଶ୍ରମିକ ମାନେ କଳକାରଖାନା ବନ୍ଦ ଯୋଗୁ ନିଜର ରୋଜଗାର ହରାଇବା ସହ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଓଡ଼ିଆ ଶ୍ରମିକ ଭାଇ ମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଶ୍ରୀ ଜଲାରାମ ସେବା ସମାଜ ଟ୍ରଷ୍ଟର ପ୍ରେସିଡେଣ୍ଟ ରାଜେଶ ଭାଇ ଏବଂ ଡାକ୍ତର ରାଜୀବ ମେହେତା ଦୈନିକ ୧୫ ହଜାର ଓଡ଼ିଆ ଶ୍ରମିକ ମାନଙ୍କୁ ରନ୍ଧନ ଖାଦ୍ୟ ଯୋଗାଉଛନ୍ତି।ବିଜେପି ନେତା ତଥା ସମାଜସେବୀ ନିରଞ୍ଜନ ପାଣିଗ୍ରାହୀ ଏବଂ ବିଜେପି ଯୁବ ନେତା ତଥା ସମାଜସେବୀ ମନୋରଞ୍ଜନ ଭାଇ ବହୁତ ବହୁତ ଧନ୍ୟବାଦ୍ ଜଣାଇଛନ୍ତି ।
ରାଜେଶ ଭାଇ ଏବଂ ଡାକ୍ତର ରାଜୀବ ମେହେତାଙ୍କୁ ଏବଂ ଡାଇମଣ୍ଡ ନଗରର ଓଡ଼ିଆ ଶ୍ରମିକ ଭାଇମାନେ ଜଲାରାମ ସେବା ସମାଜ ଟ୍ରଷ୍ଟର ପ୍ରେସିଡେଣ୍ଟ ରାଜେଶ ଭାଇ ଏବଂ ଡାକ୍ତର ରାଜୀବ ମେହେତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।