Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସଂଗରୋଧ କେନ୍ଦ୍ର ରେ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।

ଗଞ୍ଜାମ, ( ଟୁକୁନା ପ୍ରଧାନ, ୦୭.୦୫.୨୦୨୦) – : ସୁରାଟରୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ବିଭିନ୍ନ ସଂଗରୋଧ ଗୃହରେ ରଖାଯାଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ସଂଗରୋଧ କେନ୍ଦ୍ରରେ ଥିବା ସମସ୍ତ ପ୍ରବାସୀଙ୍କୁ ଆଜି ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।ପ୍ରାତଃରୁ ସମସ୍ତ ପ୍ରବାସୀ ଶୌଚ ସାରି ବିଦ୍ୟାଳୟର ଖେଳ ପଡିଆରେ ସାମାଜିକ ଦୂରତା ଅବଲମ୍ବନ କରି ଯୋଗ କରିଥିଲେ। ଜନତା ନୋଡ଼ାଲ ହାଇସ୍କୁଲ୍ ର ଖେଳ ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ପ୍ରଶିକ୍ଷଣ ପ୍ରଦାନ କରିଥିବା ସରପଞ୍ଚ ଅରୁଣ କୁମାର ମାଝୀ, ସମିତିସଭ୍ଯ ନାରାୟଣ ବେହେରା, ପ୍ରଧାନ ଶିକ୍ଷକ ନାରାୟଣ ଭୂୟା, ଶିକ୍ଷକ ସଞ୍ଜୟ କୁମାର ଦାସ, ସୁଧାକର ପରିଡା, ଅଭିମନ୍ୟୁ ଡାକୁଆ, ଜଗନ୍ନାଥ ଗୋଚ୍ଛାୟତ, ରାଜେନ୍ଦ୍ର ସେଠି, ନମିତା ଦାସ, ଅହଲ୍ୟା କୁମାରୀ ଦେବୀ, କାବେରୀ ସାହୁ, ମନ୍ଦାକିନୀ ଦାସ, ଏ. ସାବିତ୍ରୀ ପାତ୍ର, ଝୁମୁରି ବେହେରା, ସୁଜାତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

Leave A Reply

Your email address will not be published.

thirteen − ten =