Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଚାରିଜଣଙ୍କ ନାମରେ ମାମଲା ରୁଜୁକଲା ବେଗୁନିଆପଡା ପୋଲିସ।

ଗଞ୍ଜାମ ( LR NEWS ୫/୪) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ କାର୍ଯ୍ୟରତ Head lines, Odisha ର ସାମ୍ବାଦିକ ମୁନା ନାୟକଙ୍କୁ ଆକ୍ରମଣ ଘଟଣାରେ ବେଗୁନିଆପଡା ପୋଲିସ ଚାରିଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ସାମ୍ବାଦିକ ଶ୍ରୀ ନାୟକ ଗତ ମେ ୧ ତାରିଖ ଦିନ ବୁରୁଝରୀ ପଞ୍ଚାୟତ ଅନ୍ତର୍ଗତ ପି. ନୂଆଗାଁ ବିଦ୍ୟାଳୟ ସ୍ଥିତ ସଂଗରୋଧ ଗୃହକୁ ଖବର ସଂଗ୍ରହ କରିବାକୁ ଯାଇ ଫେରିଥିଲେ ।ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ସରପଞ୍ଚଙ୍କ ଦୁଇ ପୁଅ ଅନିଲ ପରିଡା ଓ ପିଣ୍ଟୁ ପରିଡା ଏବଂ ତାଙ୍କ ସହଯୋଗୀ ବିବେକାନନ୍ଦ ପାତ୍ର ଓ ଵିଷ୍ଣୁ ଜେନା ମେ ୨ ତାରିଖ ରାତ୍ରରେ ମୁନାଙ୍କ ଘର ନିକଟକୁ ଆସି ଅସଭ୍ୟ ଭାଷାରେ ଗାଳିକରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇ ଆକ୍ରମଣ କରିଥିଲେ । ଏଥିରେ ମୁନା ଆହତ ହୋଇ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଥିଲେ । ଏତଲାକୁ ଭିତିକରି ବେଗୁନିଆପଡା ପୋଲିସ ସମ୍ପୃକ୍ତ ଚାରିଜଣ ଙ୍କ ନାମରେ କେସ ନଂ ୧୨୯/୨୦ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି । ଉକ୍ତ ଆକ୍ରମଣ ଘଟଣାକୁ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି ।

Leave A Reply

Your email address will not be published.

fourteen + twelve =