Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କରୋଣ୍ଟାଇନ ସେଣ୍ଟରରୁ ପ୍ରବାସୀ ଓଡିଆ ଙ୍କ ଫେରାର୍ ଘଟଣା, ଜିଲ୍ଲପାଳ ଏବଂ ଏସ୍ ପି ଙ୍କ ଦୁଇ କରୋଣ୍ଟାଇନ ସେଣ୍ଟର ପରିଦର୍ଶନ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୩.୦୫.୨୦୨୦) – : କ୍ବାରେଣ୍ଟାଇନ୍‌ ସେଣ୍ଟରର ଫାଟକ ଭଙ୍ଗାରୁଜା କରି ପଳାୟନ କରିଥିବା ଶତାଧିକ ପ୍ରବାସୀ ଶ୍ରମିକ ମାନେ ଶେଷରେ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ କିଛି ଫେରିଥିବା ବେଳେ ଆଉ କିଛି ଫେରି ନାହାଁନ୍ତି । ବେଗୁନିଆପଡା ବ୍ଲକର ରାଗପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଜନତା ହାଇ ସ୍କୁଲରେ ଶତାଧିକ ସୁରତ ଫେରନ୍ତା ରହିଥିବା ବେଳେ ଖାଦ୍ୟପାନୀୟ ମିଳୁନଥିବା ଅଭିଯୋଗ କରି ଗେଟ୍‌ ଡେଇଁ ପଳାୟନ କରିଥିଲେ। ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍‌ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଖୋଜିବାର ପ୍ରୟାସ କରାଯାଇଥିବା ବେଳେ ଗ୍ରାମବାସୀଙ୍କ ବିରୋଧ କାରଣରୁ ପ୍ରବାସୀ ଶ୍ରମିକ ମାନେ ଗାଁକୁ ପ୍ରବେଶ କରି ପାରିନଥିଲେ। ଗ୍ରାମବାସୀଙ୍କ ବିରୋଧ ପରେ ବହୁ ଶ୍ରମିକ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଫେରିଥିବା ବେଳେ ଆହୁରି କିଛି ଶ୍ରମିକ ଏବେବି ବାହାରେ ବୁଲୁଛନ୍ତି। ଉକ୍ତ ପ୍ରବାସୀଙ୍କ ସନ୍ଧାନ ଜାରି ରହିଥିବା ଜଣାପଡିଛି। ତେବେ କ୍ବାରେଣ୍ଟାଇନ୍‌ରେ ଥିବା ପ୍ରବାସୀମାନଙ୍କ ଏଭଳି ବିଶୃଙ୍ଖଳା ଆଚରଣ କରୋନା ସଂକ୍ରମଣ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି।

ରାଜ୍ୟ ସରକାର ଓ ପ୍ରଶାସନ ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଦିନରାତି ଏକ କରି ଦେଇଥିବା ବେଳେ ସେମାନଙ୍କ ଆଚରଣ ସମସ୍ତଙ୍କୁ ବିପଦରେ ଛିଡା କରାଇଛି । ଏହି ଘଟଣା ପରେ ଦୁଇ କରୋଣ୍ଟାଇନ ସେଣ୍ଟର କୁ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଏସ୍ ପି ବ୍ରିଜେଶ କୁମାର ରାୟ ପରିଦର୍ଶନ କରିବା ସହ ସର୍ ଜମିନ୍ ତଦନ୍ତ କରି ଫେରିଛନ୍ତି । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ଥାନା ଅଧିକାରୀ ଦେବାଶିଷ ମହାନ୍ତି, ତହସିଲଦାର ପ୍ରଭାତ କୁମାର ପରିଡା, ବି ଡି ଓ ବେଦବର ପ୍ରଧାନ, ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରମୂଖ । ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମରେ ଆଜି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

one × five =