Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଖୋର୍ଦ୍ଧା ବାଜପୁର ବେତ ବଣୀଆ ରେ ମାସ୍କ ଓ ବିସ୍କୁଟ ବଣ୍ଟନ।

ଖୋର୍ଦ୍ଧା (LR NEWS ୨୮/୪) କରୋନା ଭାଇରସ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ବେସରକାରୀ ଅନୁଷ୍ଠାନ ଓ ସ୍ଵେଚ୍ଛାସେବୀ ସଂଗଠନ , ବ୍ୟକ୍ତିବିଶେଷ ନିଜର ସାମର୍ଥ୍ୟ ମୁତାବକ ଜନସାଧାରଣ ଙ୍କ ପାଇଁ କିଛି କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବାଜପୁର ବେତ ବଣିଆ ଆଦିବାସୀ ସାହିରେ ଖୋର୍ଦ୍ଧା ପୋଲିସ୍ ତରଫରୁ ମାଷ୍କ ଓ ବିସ୍କୁଟ ବଣ୍ଟନ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଜେୟ ପ୍ରତାପ ସ୍ବାଇଁ, ଅତିରିକ୍ତ ଏସପି ଶ୍ରୀଯୁକ୍ତ କୃତିବାସ ଜେନା, ଡିଏସପି ସୁନିଲ୍ ମହାନ୍ତି, ଡିଏସପି ସତିଶ ପାଢ଼ୀ, ଥାନା ଅଧିକାରୀ ଅନିତା ସାହୁ, ସବ୍ ଇନ୍ସପେକ୍ଟର ପରିଡ଼ା ସମସ୍ତେ ମିଶି ୨୦୦ରୁ ଉର୍ଦ୍ଧ୍ୱ ମାଷ୍କ୍ , ବିସ୍କୁଟ ଓ ସାବୁନ୍ ବାଣ୍ଟିବା ସହିତ ଗ୍ରାମ ମଝିରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ କିପରି ସାବୁନ୍ ରେ ଧୋଇବେ ତାର ଏକ ଅବିକଳ ଦେଖାଇଥିଲେ।

Leave A Reply

Your email address will not be published.

five × three =